Categories: Home Leftଖେଳ

ଜୁନିୟର ବକ୍ସିଂ ଚାମ୍ପିୟନଶିପ୍‌: ୪୩ ପଦକ ପକ୍କା କଲା ଭାରତ

ଅମାନ(ଜୋର୍ଡାନ),୨୬ା୪: ଜୋର୍ଡାନରେ ଚାଲିଥିବା ୧୫ ବର୍ଷରୁ କମ୍‌ ଏବଂ ୧୭ ବର୍ଷରୁ କମ୍‌ ଉଦ୍‌ଘାଟନୀ ଏସିଆନ ଜୁନିୟମର ବକ୍ସିଂ ଚାମ୍ପୟନଶିପ୍‌ରେ ଭାରତର ଆଉ ୪ଜଣ ବକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଭାରତୀୟ ପ୍ରତିଯୋଗୀମାନେ ୪୩ ପଦକ ପକ୍କା କରିଛନ୍ତି। ପ୍ରତ୍ୟେକ ସେମିଫାଇନାଲିଷ୍ଟଙ୍କ ବ୍ରୋଞ୍ଜ ପଦକ ବ୍ୟବସ୍ଥା ଥିବାରୁ ଭାରତ ୧୫ ବର୍ଷରୁ କମ୍‌ ବିଭାଗରେ ୨୫ ଏବଂ ୧୭ ବର୍ଷରୁ କମ୍‌ ବିଭାଗରେ ୧୮ ପଦକ ପକ୍କା କରିଛି।

୧୭ ବର୍ଷରୁ କମ୍‌ ବାଳକ ବିଭାଗରେ ଅମନ ସିଓ୍ବାଚ (୬୩କେଜି) ଓ ଦେବାଂଶ (୮୦କେଜି) ଯଥାକ୍ରମେ ଫିଲିପାଇନ୍ସ ଓ ଜୋର୍ଡାନର ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ସେମାନଙ୍କ କ୍ୱାର୍ଟରଫାଇନାଲ ବାଉଟ ରେଫରି ଷ୍ଟପ୍ଡ କଣ୍ଟେଷ୍ଟ (ଆଇଏସ୍‌ସି)ରେ ବିଜୟ ଲାଭ କରିଛନ୍ତି।

ସେହିପରି ବାଳିକା ବିଭାଗରେ ସିମରନଜିତ୍‌ କୌର (୬୦କେଜି) ଜୋର୍ଡାନର ଆୟା ଅଲ୍‌ହାସାନତଙ୍କ ବିପକ୍ଷରେ ୫-୦ରେ ଏବଂ ହିମାଂଶି (୭୦କେଜି) ପାଲେଷ୍ଟାଇନ୍‌ର ଫାରାହା ଆବୋ ଲୟୋଲାଙ୍କ ବିପକ୍ଷରେ ଏକ ଆରଏସ୍‌ସି ସହିତ ବିଜୟୀ ହୋଇଛନ୍ତି।