ଜେଏସ୍‌ଏଲ୍‌ର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୩୧।୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥତ୍କ ବର୍ଷର ୩ୟ ତ୍ରୈମାସିକ ଆର୍ଥତ୍କ ଫଳାଫଳକୁ ମଧ୍ୟ ଘୋଷଣା କରାଯାଇଛି। ସେହିଭଳି ତୃତୀୟ ତ୍ରୈମାସିକ ପାଇଁ କମ୍ପାନୀର ମୋଟ ଏକକ ରେଭେନ୍ୟୁ ବାର୍ଷିକ ୧୦.୮% ଅଭିବୃଦ୍ଧି ସହ ୧୦,୦୬୬ କୋଟି ଟଙ୍କା ରହିଛି। ଷ୍ଟାଣ୍ଡ ଆଲୋନ ଏବିଡଟା ୧୦୦୩ କୋଟି ଟଙ୍କା ରହିଥିବାବେଳେ ଟିକସ ପରବର୍ତ୍ତୀ ଲାଭ ୬୧୯ କୋଟି ଟଙ୍କା ରହିଛି। ଏହି କ୍ୱାର୍ଟରରେ ମୋଟ ଋଣ ୩,୩୪୪ କୋଟି ଟଙ୍କା ରେକର୍ଡ କରାଯାଇଥିବାବେଳେ ମୋଟ ଋଣ-ଇକ୍ୟୁଟି ଅନୁପାତ ୦.୨ରହିଛି। ଏହି କ୍ୱାର୍ଟରରେ ମୋଟ ଋଣ ଓ ଏବିଡଟା ଅନୁପାତ ୯ ରହିଛି। ଏହି ଅବଧିରେ ଏକୀକୃତ ମୋଟ ଆୟ ୯୯୦୭ କୋଟି ଟଙ୍କାରେ ପହଞ୍ଚତ୍ଛି। ଏକୀକୃତ ଏବିଡଟା ଏବଂ ଟିକସ ପରବର୍ତ୍ତୀ ଲାଭ ଯଥାକ୍ରମେ ୧୨୦୮ କୋଟି ଟଙ୍କା ଏବଂ ୬୫୪ କୋଟି ଟଙ୍କା ରହିଛି। ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ଏମ୍‌ଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ବର୍ତ୍ତମାନ ସମୟରେ ଭାରତୀୟ ଷ୍ଟିଲ୍‌ ଏବଂ ଷ୍ଟେନଲେସ ଷ୍ଟିଲ ଶିଳ୍ପରେ ବିଭିନ୍ନ ଦେଶରୁ କମ୍‌ ମୂଲ୍ୟରେ ଶସ୍ତା ନିମ୍ନ ମାନର ଉତ୍ପାଦ ଆମଦାନୀ ହେଉଛି। ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ପରିଗଣିତ ହେଉଥିବା ବେଳେ ଘରୋଇ ଶିଳ୍ପରେ ସରକାରୀ ପଦକ୍ଷେପର ଆବଶ୍ୟକତା ରହିଛି, ଯାହାଦ୍ୱାରା ନିମ୍ନମାନର ଉତ୍ପାଦ ଆମଦାନୀକୁ ରୋକାଯାଇପାରିବ ଏବଂ ବିଭିନ୍ନ ଏଫ୍‌ଟିଏ ଦେଶର ଗୁଣବତ୍ତା ନିୟମାବଳୀ ଅନୁପାଳନ ହୋଇପାରିବ।