ଜେଏସ୍‌ଏଲ୍‌ ଟିଜିସିର ମୁଖ୍ୟ ପ୍ରାୟୋଜକ

ଭୁବନେଶ୍ୱର,୧୧।୧: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ୨୦୨୫ ଜାନୁଆରୀ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୩ ଦିନିଆ ସମ୍ମିଳନୀରେ ଟ୍ରାଇବାଲ୍‌ ଗ୍ଲୋବାଲ୍‌ କନ୍‌କ୍ଲେଭ୍‌ ବା ଟିଜିସି-୨୦୨୫ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏପରିକି ୨୦୨୫ ଜାନୁଆରୀ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୩ଦିନିଆ ସମ୍ମିଳନୀରେ ଭାରତର ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ନିର୍ମାତା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ମୁଖ୍ୟ ପ୍ରାୟୋଜକ ଭାବେ ଭାଗୀଦାରି କରିବା ସହ କମ୍ପାନୀର ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କୁ ସୁନ୍ଦର ଭାବେ ପ୍ରଦର୍ଶନ କରୁଛି। ସେହିଭଳି ଏହା କମ୍ପାନୀ ପାଇଁ ଏକ ଗର୍ବର ବିଷୟ ହୋଇଥିଲାବେଳେ ଉକ୍ତ ସମ୍ମିଳନୀର ଅଂଶୀଦାର ଭାବେ ଜେଏସ୍‌ଏଲ୍‌ ତା’ର ସିଏସଆର୍‌ ପ୍ରକଳ୍ପର ହିତାଧିକାରୀଙ୍କ ଦକ୍ଷତା ଏବଂ କାରିଗରୀ ଉପସ୍ଥାପନ କରୁଛି। ଏପରିକି ସେମାନେ ଜେଏସ୍‌ଏଲ୍‌ ସହଯୋଗରେ ଶିଖିଥିବା ପାରମ୍ପରିକ କଳା, ହସ୍ତଶିଳ୍ପ କୌଶଳ ଏବଂ ଉତ୍ପାଦକୁ ଏଠାରେ ପ୍ରଦର୍ଶନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବକୁ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ଯାଜପୁର ଏମ୍‌ପି ଡ. ରବି ନାରାୟଣ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଜିନ୍ଦଲ ଷ୍ଟେନ୍‌ଲେସ୍‌ ସିଏସ୍‌ଆର୍‌ର ଆଞ୍ଚଳିକ ମୁଖ୍ୟ ସୁକାନ୍ତ ରଥ କହିଥିଲେ, ଆମେ ଗୋଷ୍ଠୀ ସଶକ୍ତୀକରଣ ମାଧ୍ୟମରେ ହେଉଥିବା ରୂପାନ୍ତରଣ ଉପେରେ ବିଶ୍ୱାସ କରୁ, ଏପରିକି ଆମେ ଆମର ସିଏସ୍‌ଆର୍‌ ପଦକ୍ଷେପ ମାଧ୍ୟମରେ ପ୍ରତିଭାର ବିକାଶ, ଐତିହ୍ୟ ସଂରକ୍ଷଣ ଏବଂ ଲୋକଙ୍କ ଅର୍ଥନୈତିକ ବିକାଶ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ।