୦ ରୁ ୧ କୋଟିର ଯାତ୍ରା! ଧନୀ ହେବାକୁ ଚାହୁଁଥିବା ସାଧାରଣ ଲୋକ ଆପଣାନ୍ତୁ ଏହି ସହଜ ଉପାୟ, ବଦଳିଯିବ ଭାଗ୍ୟ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି କୋଟିପତି ହେବାକୁ ଚାହାନ୍ତି। ଯଦି ଆପଣଙ୍କର ସେଭଳି କିଛି ସ୍ବପ୍ନ ଅଛି ଏବଂ ସେଥିପାଇଁ ଆପଣ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ହେଲେ ପାଖରେ ଅଧିକ ଦରମାର ଚାକିରି ନାହିଁ, ତେବେ ଏହି ଖବରଟି ଆପଣଙ୍କ ପାଇଁ। କାରଣ ଧନୀ ହେବା ଭାଗ୍ୟରୁ ନୁହେଁ ବରଂ ନିରନ୍ତର ସଞ୍ଚୟ, ଅନୁଶାସନ ଯୋଗୁ ସମ୍ଭବ ହୋଇପାରେ ବୋଲି ଚାଟାର୍ଡ ଆକାଉଣ୍ଟାଣ୍ଟ ନୀତିନ କୌଶିକ ‘ଏକ୍ସ’ରେ କହିଛନ୍ତି।

ଅର୍ଥନୈତିକ ସୁରକ୍ଷା:
କୌଶିକ ପରାମର୍ଶ ଦେଇଛନ୍ତି ଯେ ଅର୍ଥନୈତିକ ସୁରକ୍ଷା ପାଇଁ ସଞ୍ଚୟ ଖାତା ନଚେତ ଏଫ୍‌ଡିରେ ୧ ଲକ୍ଷ ଟଙ୍କା ଜମା କରନ୍ତୁ। ଏହି ଟଙ୍କା ଚାକିରି ହରାଇଲେ, ସ୍ବାସ୍ଥ୍ୟଗତ ଏମରଜେନ୍ସି ଅଥବା ହଠାତ ହେବାକୁ ଥିବା ଖର୍ଚ୍ଚ ସମୟରେ ସୁରକ୍ଷା କବଚ ଭଳି କାମ ଦେବ। ତେବେ ନିବେଶ କରିବା ପୂର୍ବରୁ ସର୍ବଦା ସୁରକ୍ଷା ଜାଲ ସୃଷ୍ଟି କରନ୍ତୁ।

ଦୀର୍ଘମିଆଦି ନିବେଶ:
ପରବର୍ତ୍ତୀ ପଦକ୍ଷେପ ଲଙ୍ଗ ଟର୍ମ ନିବେଶ ଅଟେ। ଇକୁଇଟି ମ୍ୟୁଚୁଆଲ ଫଣ୍ଡରେ SIP ଜରିଆରେ ପ୍ରତି ମାସରେ ୧୦୦୦୦ ଟଙ୍କା ନିବେଶ କରନ୍ତୁ। ୧୨% CAGR ଅନୁଯାୟୀ ଏହା ୨୦ ବର୍ଷରେ ୧ କୋଟିରେ ପହଞ୍ଚିପାରେ। ମାର୍କେଟରେ ସଠିକ ସମୟରେ ନିବେଶ ଅଧିକ ଜରୁରୀ ଅଟେ।

ବୀମା, ଫ୍ରିଡମ୍‌ ଫଣ୍ଡ ଏବଂ ଅନ୍ୟାନ୍ୟ:
କୌଶିକ ଏକ୍ସଟ୍ରା ଇନକମ୍‌ ଶକ୍ତି ଉପରେ ଫୋକସ କରନ୍ତି। ସେ କହିଛନ୍ତି ଯେ ଫ୍ରିଲାନ୍ସିଂ, କଣ୍ଟେଣ୍ଟ କ୍ରିଏଶନ, ଟ୍ୟୁଶନ ଅଥବା ଏଭଳି କାମ କରି ପ୍ରତି ମାସରେ ୩୦ହଜାର ଟଙ୍କା ରୋଜଗାର କରିବାର ଟାର୍ଗେଟ ରଖନ୍ତୁ। ଏହାର ବ୍ୟବହାର କେବଳ ନିବେଶ ଅଥବା ସମ୍ପତ୍ତି କିଣିବାରେ ଲଗାନ୍ତୁ।

ଏଭଳି କିଛି ଅଭ୍ୟାସ ଦ୍ୱାରା ୧୦ ବର୍ଷ ମଧ୍ୟରେ ଆପଣଙ୍କ ସମ୍ପତ୍ତିରେ ୩୦-୪୦ ଲକ୍ଷ ଟଙ୍କା ଯୋଡ଼ି ହୋଇପାରେ।