ବାସୁଦେବପୁର ପଞ୍ଚାୟତରେ ମିଳିତଅଭିଯୋଗ ଶୁଣାଣି

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ସୋମବାର ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ବିଡିଓ ଉମେଶ କୁମାର ସେଠୀ, ଗ୍ରାମ ପଞ୍ଚାୟତ ଅଧିକାରୀ ରୋଜାଲିନ ଦଳାଇ, ସ୍ଥାନୀୟ ସରପଞ୍ଚ ଏମ. ଶ୍ୟମଘନ, ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ, ସହଗୋଷ୍ଠୀ ଶିକ୍ଷାଧିକାରୀ, ବିଶ୍ରବା ପାଇକ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାସିନୀ ଶବର, ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭୀମା ରାଓ , ଡ୍ରେନେଜ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭଗବାନ ରଥ , ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ମଧୁସ୍ମିତା ପଣ୍ଡାଙ୍କ ସମେତ ଅନେକ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ସକାଳୁ ତୁହାକୁ ତୁହା ବର୍ଷା ଲାଗି ରହିଥିବା ହେତୁ ଅଭିଯୋଗ ଶୁଣାଣୀରେ ମାତ୍ର ୧୬ ଜଣ ନିଜର ଅଭିଯୋଗ ପତ୍ର ପ୍ରଶାସନ ନିକଟରେ ଦାଖଲ କରିଥିଲେ । ସରପଞ୍ଚ ପ୍ରତିନିଧି ଏମ.ସନ୍ତୋଷ, ଡି.ସନାତନ ଦୋରାଙ୍କ ସମେତ ୱାର୍ଡ ସଭ୍ୟବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Dharitri – Odisha’s No.1, Most Trusted Odia Daily

Share