ଜୋହର ବାହରୁ,୧୭ା୧୦: ଭାରତ ସୁଲ୍ତାନ ଜୋହର କପ୍ ଜୁନିୟର ପୁରୁଷ ହକିର ଶେଷ ଗ୍ରୁପ୍ ମ୍ୟାଚରେ ମାଲେସିଆକୁ ୨-୧ଗୋଲ୍ରେ ପରାସ୍ତ କରିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପକ୍ଷରୁ ଗୁର୍ଜୋତ ସିଂ(୨୨ତମ ମିନିଟ) ଓ ସୌରଭ ଆନନ୍ଦ କୁଶାଓ୍ବା (୪୮ତମ) ଦୁଇଟି ପେନାଲ୍ଟି କର୍ନରକୁ ଗୋଲ୍ରେ ରୂପାନ୍ତରିତ କରିଥିଲେ।
ମାଲେସିଆ ପକ୍ଷରୁ ଏକମାତ୍ର ଗୋଲ୍ ନାଭିନେଶ ପାନିକର ଖେଳର ୪୩ତମ ମିନିଟ୍ରେ ସ୍କୋର କରିଥିଲେ। ଏହି ବିଜୟ ଦ୍ୱାରା ଭାରତ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ ଖେଳିବା ଲାଗି ଯୋଗ୍ୟ ବିବେଚିତ ହୋଇଛି। କେବଳ ସେତିକି ନୁହେଁ, ସୁଲ୍ତାନ ଜୋହର କପ୍ରେ ଏପର୍ଯ୍ୟନ୍ତ ସୁଦ୍ଧା ୧୨ଥର ଅଂଶଗ୍ରହଣ କରି ଭାରତ ରେକର୍ଡ ୮ମ ଥର ଫାଇନାଲକୁ ଉନ୍ନୀତ ହେବାରେ ସମର୍ଥ ହୋଇଛି।