New York NY/USA-February 24, 2016 A container of Johnson & Johnson brand Johnson' s Baby Powder in a drugstore in New York
ନୂଆଦିଲ୍ଲୀ,୧୩ା୮: ଆମେରିକାରେ ଜନ୍ସନ୍ ଆଣ୍ଡ ଜନ୍ସନ୍ର ବେବି ପାଉଡର ବିକ୍ରି ବନ୍ଦ ପରେ ବର୍ତ୍ତମାନ ସାରା ବିଶ୍ୱରେ ଏହାର ବିକ୍ରି ବନ୍ଦ ହେବାକୁ ଯାଉଛି। ଏପରିକି ୨୦୨୩ରେ ସାରା ବିଶ୍ୱରେ ଏହି ପାଉଡର ବିକ୍ରି ବନ୍ଦ ହୋଇଯିବ ବୋଲି ଔଷଧ ପ୍ରସ୍ତୁତ କର୍ତ୍ତା (ଜନ୍ସନ୍ ଆଣ୍ଡ ଜନ୍ସନ୍) କହିଛନ୍ତି। ବିଶ୍ୱବ୍ୟାପୀ ପୋର୍ଟଫୋଲିଓ ମୂଲ୍ୟାୟନରେ କର୍ଣ୍ଣ ଷ୍ଟ୍ରାଚ ଆଧାରିତ ସବୁ ବେବି ପାଉଡର ପ୍ରସ୍ତୁତି ଓ ବିକ୍ରି ବନ୍ଦ ଲାଗି ବାଣିଜି୍ୟକ ନିଷ୍ପତ୍ତି ନିଆଯାଇଥିବା ଜନ୍ସନ୍ ଆଣ୍ଡ ଜନ୍ସନ ପକ୍ଷରୁ କୁହାଯାଇଛି। ଜନ୍ସନ୍ ଆଣ୍ଡ ଜନ୍ସନ୍ ୨୦୨୦ରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାରେ ବେବି ପାଉଡର ବିକ୍ରି ବନ୍ଦ କରିଦେବ ବୋଲି ଘୋଷଣା କରିଥିଲା। କାରଣ କିଛି ଆଇନଗତ ଲଢେଇ ଯୋଗୁ ଉତ୍ପାଦକୁ ନେଇ ନାନା ଗୁଜବ ବଜାରରେ ପ୍ରସାରିତ ହେବା ଫଳରେ ଉତ୍ପାଦର ଚାହିଦା ହ୍ରାସ ଘଟିଥିଲା। ସାରା ବିଶ୍ୱରେ ବର୍ତ୍ତମାନ ଜନ୍ସନ୍ ଆଣ୍ଡ ଜନ୍ସନ୍ ବେବି ପାଉଡର ବିରୋଧରେ ୩୮ହଜାରରୁ ଊର୍ଦ୍ଧ୍ୱ ମାମଲା ବିଭିନ୍ନ କୋର୍ଟରେ ବିଚାରାଧୀନ ରହିଛି। ଉତ୍ପାଦରେ ଆଜବେଷ୍ଟସ ମିଶ୍ରଣ କର୍କଟ ରୋଗର କାରଣ ବୋଲି ଅଭିଯୋଗ ହୋଇଛି। ତେବେ ଜନ୍ସନ୍ ଆଣ୍ଡ ଜନ୍ସନ୍ ଉକ୍ତ ଅଭିଯୋଗକୁ ଦୀର୍ଘ ଦିନ ହେବ ଅସ୍ବୀକାର କରିଆସୁଛି।
ଏପରିକି ଦୀର୍ଘ ବର୍ଷ ଧରି ବୈଜ୍ଞାନିକ ପରୀକ୍ଷଣ ଓ ନିୟାମକୀୟ ଅନୁମୋଦନ ତାଙ୍କ ବେବି ପାଉଡର ଅଭ୍ରମୁକ୍ତ ଓ ସୁରକ୍ଷିତ ବୋଲି ଜନ୍ସନ୍ ଆଣ୍ଡ ଜନ୍ସନ୍ ଦାବିକରି ଆସୁଛନ୍ତି। ଜନ୍ସନ୍ ଆଣ୍ଡ ଜନ୍ସନ୍ ତାଙ୍କର ଦାବିକୁ ପୁଣି ଦୋହରାଇଛନ୍ତି। କାରଣ ତାଙ୍କ ଉତ୍ପାଦ ୨୦୨୩ ମସିହାରୁ ସାରା ବିଶ୍ୱରେ ବନ୍ଦ କରିଦେବେ ବୋଲି ଘୋଷଣା କରିଛନ୍ତି।