20th June 1949: John Reid of New Zealand drives a ball to the boundary, during a one day, twelve-a-side match between New Zealand and Surrey at East Molesey. The New Zealand team won by one wicket. (Photo by Harrison /Topical Press Agency/Getty Images)
ଅକ୍ଲାଣ୍ଡ,୧୫।୧୦(ପି.ଟି.): ନ୍ୟୁଜିଲାଣ୍ଡର ସବୁଠାରୁ ବୟସ୍କ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଜନ୍ ରିଡ୍ ୯୨ ବର୍ଷରେ ପରଲୋକ ଗମନ କରିଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ୫୦ ଓ ୬୦ ଦଶକରେ ତାଙ୍କ ସମୟରେ ରିଡ୍ ଜଣେ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚିତ ହେଉଥିଲେ। ସେ ନ୍ୟୁଜିଲାଣ୍ଡ ପାଇଁ ୩୪ଟି ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ। ତାଙ୍କ ଅଧିନାକତ୍ୱରେ ନ୍ୟୁଜିଲାଣ୍ଡ ବହୁ ଚର୍ଚ୍ଚିତ ପ୍ରଥମ ୩ଟି ବିଜୟ ହାସଲ କରିଥିଲା। ନ୍ୟୁଜିଲାଣ୍ଡରେ ସେ ତାଙ୍କ ସମୟରେ ଘରେ ଘରୋ ପରିଚିତ ଥିଲେ ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ହ୍ବାଇଟ୍ କହିଛନ୍ତି। ତେବେ ରିଡ୍ କିପର ପ୍ରାଣତ୍ୟାଗ କଲେ ସେ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ କିଛି କୁହାଯାଇନାହିଁ। ବୋର୍ଡ ତରଫରୁ ତାଙ୍କ ପରିବାରକୁ ସମବେଦନା ଜଣାଯାଇଛି।
ଅକ୍ଲାଣ୍ଡରେ ଜନ୍ମିତ ଓ ଓ୍ବେଲିଂଟନରେ ଶିକ୍ଷାପ୍ରାପ୍ତ କରିଥିବା ରିଡ୍ ୨୪୬ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ୩୦ଟି ଶତକ ସହ ୪୧. ୩୫ ରନ ହାରରେ ସେ ୧୬, ୧୨୮ ରନ ସଂଗ୍ରହ କରିଛନ୍ତି। ସେହପରି ୨୨.୬୦ ରନ ହାରରେ ସେ ୪୬୬ଟି ଉଇକେଟ ହାସଲ କରିଛନ୍ତି। ହାର୍ଡ ହିଟିଂ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ଜଣେ ଉଚ୍ଚକୋଟୀର ସିମ ବୋଲର ଥିଲେ। ୧୯୪୯ରେ ଡେବୁୃ୍ୟ କରିଥିବା ରିଡ୍ ୫୮ଟି ଟେଷ୍ଟ ଖେଳି ୩୩.୨୮ ରନ ହାରରେ ୩୪୨୮ ରନ ସଂଗ୍ରହ କରିଥିଲେ। ସେହିପରି ୩୩.୩୫ ରନ ହାରରେ ସେ ୮୫ଟି ଉଇକେଟ ମଧ୍ୟ ହାସଲ କରିଥିଲେ। ସେ ୬ଟି ଟେଷ୍ଟ ଶତକ ମଧ୍ୟ ଅର୍ଜନ କରିଥିଲେ। ୧୯୬୫ରେ ସେ ଅବସର ନେଇଥିଲେ। ସେ ନ୍ୟୁଜିଲାଣ୍ଡ ଚୟନକର୍ତ୍ତା, ମ୍ୟାନେଜର ଓ ଆଇସିସି ମ୍ୟାଚ୍ ରେଫରି ରହିଥିଲେ। ତାଙ୍କ ଦେହାନ୍ତରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ତରଫରୁ ଶୋକ ପ୍ରକାଶ କରାଯାଇଛି।