ଷ୍ଟକହୋମ୍,୭।୧୦: ବୈଜ୍ଞାନିକ ଜନ୍ କ୍ଲାର୍କ, ମିଶେଲ ଦେଭୋରେଟ ଏବଂ ଜନ ମାର୍ଟିନିସ ୨୦୨୫ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଜିତିଛନ୍ତି। ରୟାଲ ସ୍ୱେଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ପୁରସ୍କାର ସେମାନଙ୍କୁ “ବୈଦ୍ୟୁତିକ ସର୍କିଟରେ ମାକ୍ରୋସ୍କୋପିକ କ୍ୱାଣ୍ଟମ ମେକାନିକାଲ ଟନେଲିଂ ଏବଂ ଶକ୍ତି କ୍ୱାଣ୍ଟାଇଜେସନ୍ର ଆବିଷ୍କାର” ପାଇଁ ଦିଆଯାଇଛି। ଏହି ପୁରସ୍କାରରେ ୧.୨ ନିୟୁତ ଡଲାର (୧୧ ନିୟୁତ ସ୍ୱେଡିସ୍ କ୍ରୋନ୍) ମୂଲ୍ୟର ପୁରସ୍କାର ରାଶି ବିଜେତାମାନଙ୍କ ମଧ୍ୟରେ ବଣ୍ଟନ କରାଯିବ।