ଯୋଗେନ୍ଦ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ: ନବୀନଙ୍କୁ ଜଣାଇଲେ କୃତଜ୍ଞତା

ବଡ଼ଗାଁ, ୧୮।୧(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ବିଜେଡି ସଭାପତି ଭାବେ ଫୁଲବାରୀ ସରପଞ୍ଚ ତଥା ବଡ଼ଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଯୋଗେନ୍ଦ୍ର କିଷାନ ମନୋନୀତ ହୋଇଛନ୍ତି ।

ପୁରୁଖା ବିଜେଡି କର୍ମୀ ଭାବେ ସେ ବଡ଼ଗାଁ ବ୍ଲକରେ ଜଣାଶୁଣା। ତାଙ୍କ ନିଯୁକ୍ତିକୁ ବ୍ଲକ ବିଜେଡି କର୍ମୀମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି l ଟିକଲିପଡ଼ା ସରପଞ୍ଚ ସାବିତ୍ରୀ କିଷାନ, ଭୋଇପାଲି ସରପଞ୍ଚ ମହେଶ୍ୱର ବରିହା, ଏକମା ସରପଞ୍ଚ ସାଇବାନୀ ଲାକ୍ରା, ପୂର୍ୱତନ ସରପଞ୍ଚ ଧନେଶ୍ୱର କିଷାନ, ଭଗବାନ ଲାକ୍ରା, ତୁଡାଲଗା ସରପଞ୍ଚ ଯୁଧିଷ୍ଠିର ବାଡା, ଛବିଳ ବେହେରା ପ୍ରମୁଖ ଏହାକୁ ସ୍ୱାଗତ କରିବା ସହିତ ବରିଷ୍ଠ ନେତା ମଙ୍ଗଳା କିଷାନ, ଜିଲା ବିଜେଡି ସଭାପତି ଯୋଗେଶ ସିଂ ଓ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share
Tags: BJD