WHANGAREI, NEW ZEALAND - NOVEMBER 17: England captain Joe Root watches from the dressing rooms during day three of the tour match between New Zealand A and England at Cobham Oval on November 17, 2019 in Whangarei, New Zealand. (Photo by Gareth Copley/Getty Images)
ଚେନ୍ନାଇ,୧୭।୨: ଜୋ ରୁଟଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଦ୍ୱିତୀୟ ଟେଷ୍ଟରେ ୩୧୭ ରନରେ ହାରିଛି। ଅଧିନାୟକ ଭାବରେ ଏସିଆରେ ରୁଟ୍ଙ୍କ ଏହା ହେଉଛି ପ୍ରଥମ ପରାଜୟ। ଏହା ପୂର୍ବରୁ ଖେଳାଯାଇଥିବା ସମସ୍ତ ୬ଟି ଟେଷ୍ଟରେ ରୁଟ ଜିତିଥିଲେ। ରୁଟ ହେଉଛନ୍ତି ଏକମାତ୍ର ଇଂଲଣ୍ଡ ଅଧିନାୟକ ଯିଏ ଏସିଆରେ ସର୍ବାଧିକ ମ୍ୟାଚ ଜିତିଥିଲେ। ୫ଟି ବିଜୟ ସହିତ ଆଲିଷ୍ଟର କୁକ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅନ୍ୟ କୌଣସି ଇଂଲଣ୍ଡ ଅଧିନାୟକ ଏସିଆରେ ୫ କିମ୍ବା ଅଧିକ ଟେଷ୍ଟ ଜିତି ନାହାଁନ୍ତି । ଏହି ବିଜୟ ସହିତ ଚାରି ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ବରାବର ହୋଇଛି। ତଥାପି, ଉଭୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଦୌଡ଼ରେ ରହିଛନ୍ତି। ତୃତୀୟ ଟେଷ୍ଟ ଫେବୃଆରୀ ୨୪ରୁ ଅହମ୍ମଦାବାଦର ମୋତେରା ଷ୍ଟାଡିୟମରେ ଖେଳାଯିବ।