2020 Democratic Presidential Candidates former U.S. Vice President Joe Biden, left, and Senator Kamala Harris, a Democrat from California, stand on stage during of the Democratic presidential candidate debate in Detroit, Michigan, U.S., on Wednesday, July 31, 2019. Hillary Clinton in 2016 was the first Democratic presidential candidate to lose the state of Michigan in 28 years, by a slim 11,000 votes. The party seems to understand it can't take Michigan for granted this time around. Photographer: Anthony Lanzilote/Bloomberg
ଓ୍ବାଶିଂଟନ୍,୨୫।୮: କରୋନା ସଙ୍କଟ ମଧ୍ୟରେ ଆମେରିକାରେ ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ରାଜନୈତିକ ହଲଚଲ ଆରମ୍ଭ ହୋଇଗଲାଣି। ତେବେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ଡେମୋକାଟ୍ରିକ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ଥିବା ଜୋ ବାଇଡେନ ଓ କମଲା ହାରିସଙ୍କ ନିୟମିତ ଭାବେ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। କାରଣ ଦେଶରେ ଏବେ କରୋନା ସଂକ୍ରମଣ ସଙ୍କଟ ଜାରି ରହିଛି। ଏଭଳି ସ୍ଥିତିରେ ନିର୍ବାଚନୀ ପ୍ରଚାରରେ ବାଇଡେନ ଓ କମଲା ସାମିଲ ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ନିୟମିତ ଯାଞ୍ଚ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ବାଇଡେନଙ୍କ ମୁଖପାତ୍ର ଏଣ୍ଡ୍ରୟୁ ବେଟସ୍ ସୂଚନା ଦେଇଛନ୍ତି। ବର୍ତ୍ତମାନ ଶାସନରେ ଥିବା ସରକାରଙ୍କ ସମୟରେ ଗତ ୧୦୦ବର୍ଷର ସବୁଠାରୁ ଭୟଙ୍କର ଜନସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଛି। ଏହି ସଙ୍କଟ ଡୋନାଲ୍ଡ ଟ୍ରମ୍ପ ସରକାରଙ୍କ ବିଫଳତାକୁ ଦର୍ଶାଉଛ ବୋଲି ଏଣ୍ଡ୍ରୟୁ କହିଛନ୍ତି।