ନଭେମ୍ବରରେ ରିଲିଜ୍‌ ହେବ ଫିଲ୍ମ ‘ଯୋଦ୍ଧା’: ସିଦ୍ଧାର୍ଥଙ୍କ ସହ ନଜର ଆସିବେ ଏହି ୨ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ନିଜର ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ଶେରଶାହା’ ଦମ୍‌ଦାର ଅଭିନୟ କରି ପ୍ରଶଂସକଙ୍କ ମନ କିଣିନେଇଥିଲେ। ହେଲେ ବର୍ତ୍ତମାନ ଅଭିନେତାଙ୍କୁ ଫିଲ୍ମ ‘ଯୋଦ୍ଧା’ରେ ଦେଖିବାକୁ ମିଳିବ। ଗତ ବର୍ଷ ଏହାର ଫାଷ୍ଟ ଲୁକ୍‌ ଆସିଥିବା ବେଳେ ଏବେ ମନାଲୀରେ ଏହାର ଶୁଟିଂ ଆରମ୍ଭ ହୋଇଯାଇଛି। ଫିଲ୍ମକୁ ସାଗର ଅମ୍ବ୍ରେ ଏବଂ ପୁଷ୍କର ଓଜା ନିର୍ଦ୍ଦେଶନା ଦେଇଥିବା ବେଳେ କରଣ ଜୋହର ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ତେବେ ଫିଲ୍ମଟି ନଭେମ୍ବର ୧୧ରେ ପରଦାକୁ ଆସିବ ବୋଲି କରଣ ଜୋହର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ କରଣ ଜୋହରଙ୍କ ସମେତ ଅଭିନେତ୍ରୀ ଦିଶା ପଟାନି, ରାଶି ଖାନ୍ନାଙ୍କୁ ଦେଖିବାକୁ ମିଳିବ।