ନୂଆଦିଲ୍ଲୀ,୩୧।୧୦: କଛି ଦିନ ପୂର୍ବରୁ ଏୟାରଟେଲ ପ୍ରିପେଡ ବ୍ୟବହାରକାରୀଙ୍କୁ ଗୋଟିଏ ବର୍ଷ ପାଇଁ ମାଗଣା Perplexity Pro ପ୍ରଦାନ କରିବା ଆରମ୍ଭ କରିଛି। ଏମିତିରେ ରିଲାଏନ୍ସ ଜିଓ କିପରି ପଛରେ ରହିପାରିବ? ଜିଓ ମଧ୍ୟ ଗୁଗୁଲ ସହିତ ସହଭାଗୀ ହୋଇଛି, ଯାହା ପ୍ରିପେଡ ବ୍ୟବହାରକାରୀଙ୍କୁ ବହୁତ ଲାଭ ଦେବ। ଜିଓ ଏବେ ୟୁଜର୍ସଙ୍କୁ ୧୮ ମାସ ପାଇଁ ଗୁଗୁଲ AI Pro ପ୍ଲାନର ମାଗଣା ଆକ୍ସେସ ପ୍ରଦାନ କରିବ, ଯାହାର ମୂଲ୍ୟ ୩୫,୧୦୦ ଟଙ୍କା ରହିଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ, ଯେମିତିକି କମ୍ପାନୀ ସମସ୍ତଙ୍କୁ ମାଗଣା AI ଆକ୍ସେସ ପ୍ରଦାନ କରୁଛି, ନା କେବଳ କିଛି ର୍ନିଦ୍ଦିଷ୍ଟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ?
ଜିଓ ଅସୀମିତ ୫G ଯୋଜନା ସହିତ, ୟୁଜର୍ସ ୧୮ ମାସ ପାଇଁ ୩୫,୧୦୦ଟଙ୍କା ମୂଲ୍ୟର ଗୁଗୁଲ AI Pro ମାଗଣା ଆକ୍ସେସ ପାଇବେ। ତଥାପି ପ୍ରାରମ୍ଭରେ କମ୍ପାନୀ କେବଳ ୧୮ ରୁ ୨୫ ବର୍ଷ ବୟସର ଯୁବକମାନଙ୍କୁ ଏହି ସୁବିଧା ପ୍ରଦାନ କରିବ। ପରେ କମ୍ପାନୀ ଏହି ବୈଶିଷ୍ଟ୍ୟକୁ ଅନ୍ୟ ସମସ୍ତ ୟୁଜର୍ସଙ୍କ ପାଇଁ ବିସ୍ତାର କରିବ।
କଣ ଉପଲବ୍ଧ ହେବ?
Google AI Pro ସହିତ, ଜିଓ ବ୍ୟବହାରକାରୀମାନେ ଗୁଗୁଲ Gemini ୨.୫ Pro AI ମଧ୍ୟ ଆକ୍ସେସ ପାଇବେ। ଏହା ସହିତ, ୟୁଜର୍ସଙ୍କୁ AI ବ୍ୟବହାର କରି ଫଟୋ ଏବଂ ଭିଡିଓ ଜେନେରେଟ କରିବା ପାଇଁ ନାନୋ ବାନାନା ଏବଂ Veo ୩.୧ ମଡେଲଗୁଡ଼ିକର ମାଗଣା ଆକ୍ସେସ ଦିଆଯିବ। ଏହା ବ୍ୟତୀତ, ସେମାନେ Google ର AI ଗବେଷଣା ଉପକରଣ, NotebookLM କୁ ମଧ୍ୟ ଆକ୍ସେସ ପାଇବେ।
Google Gemini Pro AI କୁ ସକ୍ରିୟ କରିବାର ଉପାୟ:
Jio ବ୍ୟବହାରକାରୀମାନେ ୨TB Google କ୍ଲାଉଡ ଷ୍ଟୋରେଜ ମଧ୍ୟ ପାଇବେ, ଯାହାକୁ Android ବ୍ୟବହାରକାରୀମାନେ Google Photos, Gmail, Google Drive ଏବଂ WhatsApp ଚାଟ ବ୍ୟାକଅପ ପାଇଁ ବ୍ୟବହାର କରିପାରିବେ। ଆପଣ MyJio ଆପ୍ରେ ଲଗ୍ ଇନ୍ କରି Google AI Pro ଯୋଜନାକୁ ସକ୍ରିୟ କରିପାରିବେ। ଆପ ଖୋଲିବା ପରେ, ଆପଣ ଏକ ବ୍ୟାନର ଦେଖିବେ ଯାହା ଲେଖା ଅଛି “Google Gemini Free”। ପଞ୍ଜିକରଣ କରିବା ପାଇଁ ଆପଣଙ୍କୁ ବ୍ୟାନର ଉପରେ କ୍ଲିକ କରିବାକୁ ପଡିବ। ଏହା ଉଲ୍ଲେଖନୀୟ ଯେ OpenAI ସମ୍ପ୍ରତି ଘୋଷଣା କରିଛି ଯେ ଏହା ନଭେମ୍ବର ୪ ତାରିଖରୁ ସମସ୍ତ ଉପଭୋକ୍ତାଙ୍କ ପାଇଁ ChatGPT Go କୁ ମାଗଣା ଆକ୍ସେ ପ୍ରଦାନ କରିବ।