ପାଟଣା,୨୧।୬(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତରେ ଶନିବାର ବିକାଶ ବାହାନକୁ ବିରୋଧ କରି ପ୍ରତିବାଦ କରିଛି ଜିନ୍ଦଲ ପ୍ରତିରୋଧ ମଞ୍ଚ। ବ୍ଲକରୁ ବାହାରି ଥିବା ବିକାଶ ବାହାନ ରଥ ଯମୁନା ପୋଷି ପଞ୍ଚାୟତ ସମ୍ମୁଖରେ ପହଞ୍ଚିବା ପରେ ଜିନ୍ଦଲ ପ୍ରତିରୋଧ ମଞ୍ଚ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ପକ୍ଷରୁ ବିଭିନ୍ନ ସ୍ଲୋଗାନ ସମ୍ବଳିତ ପ୍ଲା କାର୍ଡ ଧରି ପ୍ରବଳ ବିରୋଧ କରିବା ସହ ପଞ୍ଚାାୟତ ଯଦି ରହିବ ନାହିଁ ବିକାଶ ରଥ କାହାପାଇଁ , ରକ୍ତ ଦେବୁ ଜୀବନ ଦେବୁ ଭିଟା ମାଟି ଆମେ ଛାଡ଼ିବୁନାହିଁ, ଜେ ଏସ ଡବ୍ଲୁ ସହ ଏମ ୟୁ ବାତିଲ କରିବା ଆମର ଦାବି ଆଦି ସ୍ଲୋଗାନଦେଇଥିଲେ । ନୃତ୍ୟ ଗୀତ ମାଧ୍ୟମରେ ଆନ୍ଦୋଳନ କାରୀଙ୍କୁ ଉତ୍ସାହିତ କରୁଥିଲେ କେତେକ ଆନ୍ଦୋଳନ କାରୀ ମଞ୍ଚର ସଭାପତି ଘନ ଶ୍ୟାମ ମହାନ୍ତ ପ୍ରତିକ୍ରିୟାରେ କହିଛନ୍ତି ଚାଷପୋଯୋଗୀ ମୂଲ୍ୟବାନ ଜମିକୁ ଜିନ୍ଦଲକୁ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପାଇଁ ସରକାର ଟେକି ଦେବାକୁ ମସୁଧା କରୁଥିବା ବେଳେ ଏହା ଚାଷୀ ମାନଙ୍କପାଇଁ ବିକାଶ ରଥ ଉପହାସ ଓ ବିନାଶ ହୋଇଥିବା ବେଳେ ବିକାଶ କେଉଁଠି ହେଲା ବୋଲି ପ୍ରଶ୍ନ କରିଛନ୍ତି। ସରକାର ଷ୍ଟିଲ ପ୍ଲାଣ୍ଟ ନିର୍ମାଣରୁ ନ ଓହରି ଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ। ଏହି ମର୍ମରେ ଆନ୍ଦୋଳନକାରୀମାନେ ବିଡିଓ ମାନସ କୁମାର ଦଣ୍ଡପାଟ ଓ ତହସିଲଦାର ଅଶିନୀ କୁମାର ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।