28-31 January, 2016, Daytona Beach, Florida USA Jim Pace ©2016, Michael L. Levitt LAT Photo USA
ନ୍ୟୁୟର୍କ, ୧୫।୧୧-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ପ୍ରସିଦ୍ଧ କାର ରେସର ଜିମ ପେସ୍। ୫୯ ବର୍ଷ ବୟରେ ପେସ ଗତ ୧୩ ତାରିଖରେ ମେମ୍ଫିସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ୧୯୬୧ରେ ମିସିସିପିର ମୋଣ୍ଟିସେଲୋରେ ଜନ୍ମଗ୍ରହଣ କରିଥିଲେ। ସେହିପରି ୧୯୮୮ରେ ବାରବର ସବ ପ୍ରୋ ସିରିଜରେ ପେସ୍ ନିଜର ରେସିଂ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଆମେରିକୀୟ ସ୍ପୋର୍ଟସ କାର ରେସର ୧୯୯୬ ମସିହାରେ ୨୪ ଘଣ୍ଟିଆ ଡେଟୋନା ବିଜେତା ଥିଲେ।