କମଲୁପୁର,୨୪।୯: ଶାଳୀ ଭିଣୋଇଙ୍କୁ ନେଇ ଆପଣ ଅନେକ ଖବର ଶୁଣିଥିବେ। କିନ୍ତୁ ଏହି ଖବର କିଛି ଅଲଗା। ଯାହାକୁ ଆପଣ ଶୁଣିଲେ ତାଜୁବ ହୋଇଯିବେ। ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଛାଡି ନିଜ ଶାଳୀଙ୍କ ସହ ଫେରାର ହୋଇଯାଇଛନ୍ତି। ଏହାକୁ ଦେଖି ଦିନକ ପରେ ବ୍ୟକ୍ତିଙ୍କ ଶଳା ଭିଣୋଇଙ୍କ ଭଉଣୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଯାହା ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି।
ଦେବରାନିଆ ଥାନା ଅଞ୍ଚଳର କମଲୁପୁର ଗାଁର ଜଣେ ବ୍ୟକ୍ତି ଛଅ ବର୍ଷ ପୂର୍ବେ ନବାବଗଞ୍ଜ ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। କିନ୍ତୁ, ସେ ନିଜ ଶାଳୀଙ୍କ ପ୍ରେମରେ ପଡ଼ିଯାଇଥିଲେ। କିନ୍ତୁ ଅନ୍ୟପଟେ କିଛି ଅଲଗା ଲଭଷ୍ଟୋରୀ ଚାଲିଥିଲା। ଅର୍ଥାତ୍ ଯୁବକଙ୍କ ଭଉଣୀ ତାଙ୍କ ଶଳାଙ୍କୁ ଭଲ ପାଉଥିଲେ। ଅଗଷ୍ଟ 23ରେ ଯୁବକ ଜଣକ ନିଜ ଶାଳୀଙ୍କ ସହ ଫେରାର ହୋଇଗଲେ।
ପରଦିନ ଯୁବକଙ୍କ ଭଉଣୀ ମଧ୍ୟ ଶଳାଙ୍କ ସହ ଫେରାର ହୋଇଯିବା ଘଟଣା ସାମ୍ନାକୁ ଆସିଲା। ଯାହାକୁ ଦେଖିବା ପରେ ଯୁବକଙ୍କ ସ୍ତ୍ରୀ ତାଜୁବ ହୋଇଯାଇଥିଲେ। ସେ ପ୍ରଥମେ ପରିବାରକୁ ଜଣାଇଥିଲେ, କିନ୍ତୁ କୌଣସି ସମାଧାନ ନମିଳିବାରୁ ସେ ପୋଲିସ ଷ୍ଟେସନକୁ ଯାଇଥିଲେ। ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବକ ଏବଂ ତାଙ୍କ ଭାଇକୁ ଗିରଫ କରିଥିଲା ଏବଂ ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲା। କିନ୍ତୁ, ପୋଲିସ ଷ୍ଟେସନରେ ପହଞ୍ଚିବା ପରେ ପରିସ୍ଥିତି ଓଲଟି ଯାଇଥିଲା। ଉଭୟ ପକ୍ଷ ପରସ୍ପରର ମୁହାଁମୁହିଁ ହୋଇଥିଲେ। ପୋଲିସ ଇନ୍ସପେକ୍ଟର ଅରୁଣ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ଉଭୟ ପରିବାର ଏହି ମାମଲାର ସମାଧାନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ କରିଥିଲେ।