ଜାମସେଦପୁର,୧୭ା୩:ବିବାହ ଉତ୍ସବରେ ଭୋଜି ଖାଇବାବେଳେ ତଣ୍ଟିରେ ରସଗୋଲା ଲାଖିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତ ଶନିବାର ଏଠାକାର ମାଲିୟାନ୍ତା ଗ୍ରାମରେ ଅନୁଷ୍ଠିତ ବିବାହ ଭୋଜିରେ ଯୋଗ ଦେଇ ୪୧ ବର୍ଷୀୟ ଲଳିତ ସିଂ ରସଗୋଲା ଖାଇଥିଲେ। କିନ୍ତୁ ଖାଇବା ପରେ ରସଗୋଲା ତଣ୍ଟିରେ ଲାଖି ରହିବା ସହ ଅମ୍ଳଜାନ ଯିବା ବାଟକୁ ରୋକି ଦେଇଥିଲା। ଶରୀରକୁ ଅମ୍ଳଯାନ ନ ଯିବାରୁ ସେ ସେଠାରେ ଟଳି ପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଅମ୍ଳଯାନ ଅଭାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।