Categories: Home Leftଖେଳ

ଫାଇନାଲରେ ପହଞ୍ଚାଇଲେ ଜେମିମା

ନଭୀ ମୁମ୍ବାଇ,୩୦ା୧୦- ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତୀୟ ଦଳ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୫ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।

ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୩୩୯ ରନର ବିଶାଳ ଟାର୍ଗେଟକୁ ଜେମିମା ରୋଡ୍ରିଗ୍ସଙ୍କ ଅପରାଜିତ ୧୨୭ ରନର ପାଳି ବଳରେ ଭାରତ ୪୮.୩ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ବିଜୟ ସହ ଭାରତ ତୃତୀୟ ଥର ପାଇଁ ମହିଳା ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।

ଅନ୍ୟପକ୍ଷରେ ଡିଫେଣ୍ଡିଂ ତଥା ୭ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଦଳର ବିଶ୍ୱକପ୍‌ରେ ବିଜୟଧାରା ଭଙ୍ଗ ହୋଇଛି। ଆସନ୍ତା ୨ ତାରିଖରେ ଖେଳାଯିବାକୁ ଥିବା ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ଦୁଇ ଦଳ କଦାପି ବିଶ୍ୱକପ୍‌ ଜିତି ନାହାନ୍ତି।