ନୂଆଦିଲ୍ଲୀ,୨ା୬: JEE ଆଡଭାନ୍ସଡ ରେଜଲ୍ଟ ୨୦୨୫ ସୋମବାର ପ୍ରକାଶ ପାଇଛି। IIT ଦିଲ୍ଲୀ ଜୋନ୍ର ରଜିତ୍ ଗୁପ୍ତା ପ୍ରଥମ ସ୍ଥାନ ହାସଲ କରିଛନ୍ତି। ରଜିତ୍ ୩୬୦ ମାର୍କରୁ ୩୩୨ ମାର୍କ ପାଇ କମନ ରାଙ୍କ ଲିଷ୍ଟ (CRL)ରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେହିପରି IIT ଖଡ଼ଗପୁର ଜୋନର ଦେବଦତ୍ତ ମାଝୀ ୩୬୦ ମାର୍କରୁ ୩୧୨ ମାର୍କ ପାଇ CRL ୧୬ ସହିତ ଅଲ୍ ଇଣ୍ଡିଆ ମହିଳା ଟପ୍ପର ହୋଇଛନ୍ତି।
ମେ’ ୧୮ରେ ଅନୁଷ୍ଠିତ ଏହି ପରୀକ୍ଷାରେ ପେପର ୧ ଏବଂ ୨ ରେ ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୫୪ ହଜାର ୩୭୮ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀଛାତ୍ର jeeadv.ac.inରେ ସେମାନଙ୍କର ରେଜଲ୍ଟ ଦେଖିପାରିବେ।