VIDEO: ଜୟଶ୍ରୀ ଗାୟତ୍ରୀ ଫୁଡ କମ୍ପାନୀର ମହିଳା ନିର୍ଦ୍ଦେଶକ କଲେ ଆତ୍ମହତ୍ୟା ଉଦ୍ୟମ, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ ଚିରାଗ ପାଶୱାନଙ୍କ ନାଁ…

ନୂଆଦିଲ୍ଲୀ,୩୧।୧: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ଜୟଶ୍ରୀ ଗାୟତ୍ରୀ ଫୁଡ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପାୟଲ ମୋଦି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରିପୋର୍ଟ ଅନୁଯାୟୀ ଏହି ଭୟଙ୍କର ପଦକ୍ଷେପ ନେବା ପୂର୍ବରୁ ସେ ଏକ ସୁଇସାଇଡ ନୋଟ ମଧ୍ୟ ଲେଖିଥିଲେ ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ତାଙ୍କ ସମ୍ପର୍କୀୟ ଚନ୍ଦ୍ରପ୍ରକାଶ ପାଣ୍ଡେ, ବେଦପ୍ରକାଶ ପାଣ୍ଡେ, ଭଗବାନ ସିଂ ମେୱାଡା ଏବଂ ସୁନୀଲ ତ୍ରିପାଠୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପାୟଲ ମୋଦି କହିଛନ୍ତି ଯେ ଚିରାଗ ପାଶୱାନ ଏବଂ ତାଙ୍କ ଭାଇ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ।

ପାୟଲ ଲେଖିଛନ୍ତି, ଚିରାଗ ପାଶୱାନ ଏବଂ ତାଙ୍କ ସମ୍ପର୍କୀୟମାନେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ED, CGST, FSSAI ଏବଂ EOWଙ୍କୁ ବାଧ୍ୟ କରିଥିଲେ, ଯାହା ତାଙ୍କ ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା। ଏହି ଲୋକମାନେ ତାଙ୍କ କମ୍ପାନୀରେ ଚୋରି କରିଥିଲେ ଏବଂ ତା’ପରେ ରାଜନୈତିକ ଚାପ ମାଧ୍ୟମରେ ତାଙ୍କୁ ହଇରାଣ କରିଥିଲେ।