Categories: Home Leftଖେଳ

ଜୟ ଶାହାଙ୍କୁ ମିଳିଲା ଆଉଟଷ୍ଟାଣ୍ଡିଂ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ

ନୂଆଦିଲ୍ଲୀ,୨୯ା୧୧: ଆଇସିସି ଚେୟାରମ୍ୟାନ ଜୟ ଶାହାଙ୍କୁ ଭାରତୀୟ ମହିଳା କ୍ରିକେଟ୍‌ରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସିଏନ୍‌ଏନ୍‌-ନ୍ୟୁଜ ୧୮ ପକ୍ଷରୁ ଇଣ୍ଡିଆନ ଅଫ୍‌ ଦି ଇୟର ପୁରସ୍କାର ବିତରଣ ଉତ୍ସବରେ ଆଉଟ୍‌ଷ୍ଟାଣ୍ଡିଂ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ପୁରସ୍କାରକୁ ଶାହା ଭାରତୀୟ ମହିଳା କ୍ରିକେଟ ଓ ନିକଟରେ ଆଇସିସି ଓମେନ୍ସ ଓ୍ବାଲର୍‌ଡ କପ୍‌ ଜିତିଥିବା ଭାରତୀୟ ଦଳ ଲାଗି ଉତ୍ସର୍ଗ କରିଛନ୍ତି। ଶାହା ବିସିସିଆଇର ସମ୍ପାଦକ ଥିବା ବେଳେ ଭାରତୀୟ ମହିଳା କ୍ରିକେଟର ଉନ୍ନତି ଲାଗି ଓମେନ୍ସ ପ୍ରିମିୟର ଲିଗ୍‌ ଆରମ୍ଭ କରିବା ସହ ମହିଳାଙ୍କ ଲାଗି ପୁରୁଷଙ୍କ ଭଳି ସମାନ ଦରମା ବ୍ୟବସ୍ଥା ଲାଗୁ ଭଳି ଅନେକ ପଦକ୍ଷେପ ନେଇଥିଲେ।