Categories: Home Leftଖେଳ

କଙ୍ଗନାଙ୍କ ବିରୋଧରେ ମାନହାନି ମକଦ୍ଦମା: ଜାଭେଦ ଅଖତରଙ୍କ ଷ୍ଟେଟମେଣ୍ଟ ରେକର୍ଡ

ମୁମ୍ବାଇ,୩ା୧୨- ବିଶିଷ୍ଟ ଲେଖକ ଓ ଗୀତିକାର ଜାଭେଦ ଅଖତର ଗୁରୁବାର ଅନ୍ଧେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହୋଇଛନ୍ତି। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ନାମରେ ଆଣିଥିବା ମାନହାନି ମକଦ୍ଦମା ସମ୍ପର୍କରେ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଛି ଅଖତରଙ୍କ ଷ୍ଟେଟମେଣ୍ଟ। ଏହି ମାମଲାର ଶୁଣାଣି ଆସନ୍ତା ୧୯ ତାରିଖରେ କରାଯିବ।

ଗତ ନଭେମ୍ବର ୩ ତାରିଖରେ ଅଖତରଙ୍କ ଓକିଲ ନିରଞ୍ଜନ ମୁଣ୍ଡାର୍ଗି କାଙ୍ଗନାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଏକ  ସାକ୍ଷାତ୍‌କାରରେ କୁଇନ ଅଭିନେତ୍ରୀ କଙ୍ଗନା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଖତରଙ୍କ ନାଁ ଉଠାଇଥିଲେ। ସେହି ଭିଡିଓକୁ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ୟୁଜର୍ସ ଦେଖିସାରିଲେଣି। ଏହା ଅଖତରଙ୍କ ସମ୍ମାନ ହାନି କରୁଛି। ଏହି ଅଭିଯୋଗ ପରେ ଆଇପିସି ୪୯୯ ଓ ୫୦୦ ଧାରାରେ ମାମଲା ରୁଜୁ କରାଯାଇଛି।