ସରକାର ପକ୍ଷରୁ ବସୁଧା ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରକୁ ଶୁଦ୍ଧ ପାଣି ଯୋଗାଇଦେବାକୁ ଘୋଷଣା ହୋଇଥିଲା। ବଞ୍ଚୋ ପଞ୍ଚାୟତ ନାଇକସାହିରେ ସେହି ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ନ ଥିବାରୁ ଲୋକମାନେ ଦୂଷିତ ପାଣି ପାନ କରିବାକୁ ବାଧ୍ୟ ହୋଇଥିଲେ। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖବର ପାଇ ହାଟଡିହୀ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ରାଜସ୍ବ ନିରୀକ୍ଷକ ଦୀପ୍ତିମୟୀ ସାହୁ, ସାମାଜିକ କର୍ମୀ ଇଞ୍ଜିନିୟର ରଶ୍ମିରଞ୍ଜନ ଜେନାଙ୍କ ସହ ଅନ୍ୟମାନେ ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଉପାଧ୍ୟକ୍ଷ ରାଉତ ତୁରନ୍ତ ଡାକ୍ତରୀ ଦଳ ପଠାଇ ଚିକିତ୍ସା ବ୍ୟବସ୍ଥା ଜୋରଦାର କରିବା ସହ ଗ୍ରାମର ସମସ୍ତ ନଳକୂଅ ପାଣିକୁ ଶୁଦ୍ଧିକରଣ କରିବା ଓ ବସୁଧା ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନଠାରେ ଦାବି କରିଛନ୍ତି। ଡାକ୍ତରୀ ଦଳ ଓ ପାନୀୟଜଳ ବିଭାଗ କର୍ମଚାରୀମାନେ ଗ୍ରାମରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ନଳକୂଅର ପାଣି ନମୁନା ସଂଗ୍ରହ କରି ପ୍ରୟୋଗଶାଳାକୁ ପଠାଇଛନ୍ତି। ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।