Categories: Home Leftଖେଳ

ଅସ୍ତ୍ରୋପଚାର ସଫଳ, ଟିମ୍‌କୁ ଖୁବ୍‌ଶୀଘ୍ର ଫେରିବେ ବୁମ୍‌ରା

ନୂଆଦିଲ୍ଲୀ,୮।୩: ଭାରତୀୟ ଟିମ୍‌କୁ ହୋଲି ଅବସରରେ ଏକ ବଡ଼ ଖୁସି ଖବର ମିଳିଛି। ଟମ୍‌ ଇଣ୍ଡିଆର ଦ୍ରୁତ ବୋଲର୍‌ ଜସପ୍ରୀତ୍‌ ବୁମ୍‌ରାଙ୍କ ପିଠିରେ ହୋଇଥିବା ସର୍ଜରୀ ସଫଳ ହୋଇଛି। ତାଙ୍କର ନ୍ୟୁଜିଲ୍ୟାଣ୍ଡରେ ଅସ୍ତ୍ରୋପଚାର କରାଯାଇଛି। ଏହି ଅସ୍ତ୍ରୋପଚାର ପରେ ବୁମ୍‌ରାଙ୍କୁ ମୈଦାନକୁ ଫେରିବାକୁ ଅତିକମରେ ୬ ମାସ ସମୟ ଲାଗିପାରେ। ଏପରି ପରିସ୍ଥିତିରେ ଆଶା କରାଯାଉଛି କି ଏହି ବର୍ଷ ଓଡିଆଇ ଓ୍ବାଲର୍‌ଡ କପ୍‌ ପୂର୍ବରୁ ଭଲ ହୋଇ ଦଳକୁ ଫେରିବେ। ଅଭ୍ୟାସ ସମୟରେ ବୁମ୍‌ରାଙ୍କ ପିଠିରେ ସମସ୍ୟା ଦେଖାଦେଇଥିଲା। ଏହା ପରେ ସେ ଦଳରୁ ବାଦ୍‌ ପଡିଥିଲେ।