ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୯: ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଭାରତର ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ବିଶ୍ୱକପରୁ ବାଦ୍‌ ପଡିଛନ୍ତି। ବୁମରାଙ୍କ ପିଠିରେ ଆଘାତ ଅତ୍ୟନ୍ତ ଗୁରୁତର ଏବଂ ସେ ଆସନ୍ତା ୪ ରୁ ୪ ମାସ ପର୍ଯ୍ୟନ୍ତ କ୍ରିକେଟ ପଡ଼ିଆରୁ ଦୂରରେ ରହିପାରନ୍ତି। ତେବେ ବୁମ୍‌ରାଙ୍କ ସ୍ଥାନରେ କିଏ ଚୟନ ହେବ ବିସିସିଆଇ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ।
ବୁମ୍‌ରା ଇଂଲଣ୍ଡ ଗସ୍ତ ପରେ ଆହତ ହୋଇଥିଲେ। ଏହି କାରଣରୁ ସେ ଏସିଆ କପର ଅଂଶ ମଧ୍ୟ ହୋଇପାରି ନ ଥିଲେ। ପରେ ସେ ଜାତୀୟ କ୍ରିକେଟ ଏକାଡେମୀରେ ନିଜ ଫିଟନେସ ପରୀକ୍ଷା ଦେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ବୁମ୍‌ରା ଭାରତୀୟ ଦଳକୁ ଫେରିଥିଲେ। ମାତ୍ର ସିରିଜର ଦୁଇଟି ମ୍ୟାଚ ଖେଳିବା ପରେ ବୁମ୍‌ରା ପୁଣି ଆହତ ହୋଇଥିଲେ।

 

Share