ଲାଗିଲା ମୋହର: ଶେଷରେ ଏହି ଯୁବତୀଙ୍କ ହାତ ଧରିବେ ବୁମ୍‌ରା

ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଏବେ ନିଜ ବିବାହକୁ ନେଇ ଖବର ଶିରୋନାମାରେ। ହେଲେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲା କିଏ ହେବ ତାଙ୍କ ଜୀବନସାଥୀ। ଅନେକଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥିଲେ ହେଁ ଏବେ ତାହା ସ୍ପଷ୍ଟ ହୋଇଛି। ବୁମ୍‌ରା ଟିଭି ପ୍ରେଜେଣ୍ଟର ସଞ୍ଜନା ଗଣେଶନ୍‌ଙ୍କୁ ବିବାହ କରିବେ। ବଲିଉଡ୍‌ ଅଭିନେତ୍ରୀ ତାରା ଶର୍ମା ସଲୁଜା ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିବା ପରେ ଏହା ଉପରେ ମୋହର ଲାଗିଛି।

ଫଟୋ ଶେୟାର କରି ତାରା ଲେଖିଛନ୍ତି, ବୁମ୍‌ରା ଏବଂ ସଞ୍ଜନାଙ୍କୁ ବିବାହ ଲାଗି ଶୁଭକାମନା। ଆମ ତରଫରୁ ବହୁତ ଭଲପାଇବା ଏବଂ ଶୁଭେଚ୍ଛା। ଆମ ଶୋ ‘ଦ ତାରା ଶର୍ମା’କୁ ଆସିଥିବାରୁ ଉଭୟଙ୍କୁ ଧନ୍ୟବାଦ। ଏହାର ସିଜନ-୬ରେ ଉଭୟଙ୍କ ସହ ଏକାସାଙ୍ଗରେ କଥା ହୋଇପାରିବୁ ବୋଲି ଚାହିଁବୁ।

ପ୍ରକାଶ ଯେ, ନିକଟରେ ବୁମ୍‌ରା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟଠାରୁ ନିଜ ନାମକୁ ଓହରାଇ ନେଇଥିଲେ। ଏହାପରେ ସେ ବିବାହ କରିବାକୁ ଯାଉଥିବା ଜଣାପଡ଼ିଥିଲା। ହେଲେ ସେ କାହାକୁ ବିବାହ କରିବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲା।