ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା ଏକପ୍ରକାର ନିଶ୍ଚତ ବୋଲି ଏକ୍‌ଜିଟ୍‌ ପୋଲ୍‌୍‌ରେ ପୂର୍ବାନୁମାନ କରାଯାଇଛି। ଏହି ପୂର୍ବାନୁମାନ କରିଛନ୍ତି ଏନ୍‌ଏଚ୍‌କେ ପବ୍ଲିକ୍‌ ଟେଲିଭିଜନ ଏବଂ ଅନ୍ୟ ନେଟ୍‌ଓ୍ବର୍କ।

ନିମ୍ନ ସଦନର ୪୬୫ ଆସନ ମଧ୍ୟରୁ ଲିବେରାଲ ଡେମୋକ୍ରାଟିକ୍‌ ପାର୍ଟି ନେତୃତ୍ୱରେ ଟାକାଇଚିଙ୍କ ଶାସକ ମେଣ୍ଟ ଦୁଇ-ତୃତୀୟାଂଶରୁ ଅଧିକ ଆସନ ଜିତିପାରେ ବୋଲି କୁହାଯାଉଛି।

ବୃହତ୍‌ ଜନାଦେଶ ଫଳରେ ଟାକାଇଚି ଜାପାନର ଅର୍ଥନୀତି ଏବଂ ସାମରିକ ସାମର୍ଥ୍ୟ ବୃଦ୍ଧି ଦିଗରେ ବଡ଼ ପଦକ୍ଷେପ ନେବା ପାଇଁ ସୁଯୋଗ ପାଇବେ। ଚାଇନା ସହ ଜାପାନର ଉତ୍ତେଜନା ବଢ଼ିଥିବା ବେଳେ ଟାକାଇଚି ଆମେରିକା ସହ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ ଚଳାଇଛନ୍ତି।

Share