Categories: Home Leftଖେଳ

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ ୧-୦ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଏହି ସଫଳତା ପାଇଛି।

୨୧ ବର୍ଷୀୟା ହାମାନୋ ୧୭ତମ ମିନିଟ୍‌ରେ ମିଡ୍‌ ଫିଲ୍ଡରୁ ପାଇଥିବା ପାସକୁ ଗୋଲରେ ପରିଣତ କରିଥିଲେ, ଯାହା କି ଦଳର ବିଜୟ ଲାଗି ଯଥେଷ୍ଟ ସାବ୍ୟସ୍ତ ହୋଇଥିଲା। ମହିଳା ଏସିଆନ କପ୍‌ ଟୁର୍ନାମେଣ୍ଟର ଗତ ୪ ସଂସ୍କରଣରେ ଏହା ଜାପାନର ତୃତୀୟ ଟାଇଟଲ। ଏଥିପୂର୍ବରୁ ଜାପାନ ୨୦୧୪ ଓ ୨୦୧୮ରେ ଚାମ୍ପିୟନ ହୋଇଥିଲା।

ଉଭୟ ଥର ଫାଇନାଲରେ ଅଷ୍ଟ୍ରେଲିଆ ପରାସ୍ତ ହୋଇଥିଲା। ଏସିଆର ଟପ୍‌ ମହିଳା ଦଳ ଜାପାନ ଏହି ଟୁର୍ନାମେଣ୍ଟରେ ୬ ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ଗୋଟିଏ ଗୋଲ ବରଣ କରିଥିଲା। ଏହି ଟୁର୍ନାମେଣ୍ଟରୁ ଆସନ୍ତା ବର୍ଷ ବ୍ରାଜିଲରେ ହେବାକୁ ଥିବା ମହିଳା ଫିଫା ବିଶ୍ୱକପ୍‌ ଲାଗି ୬ ଦଳ ଯୋଗ୍ୟତା ହାସଲ କରିଛନ୍ତି।

ମିଡିଲ ଇଷ୍ଟରେ ଯୁଦ୍ଧ ଚାଲୁଥିବା ବେଳେ ଇରାନ ଏହି ୧୨ ଦଳ ବିଶିଷ୍ଟ ଟୁର୍ନାମେଣ୍ଟରେ ଖେଳୁଥିବାରୁ ଏହା ଚର୍ଚ୍ଚାର ବିଷୟ ପାଲଟି ଥିଲା। ଇରାନ ଦଳର ୭ ଖେଳାଳି ପ୍ରାରମ୍ଭିକ ଭାବେ ଅଷ୍ଟ୍ରେଲିଆରେ ଆସାଇଲମ ଲାଗି ଅନୁରୋଧ କରିଥିଲେ। ହେଲେ ଅଷ୍ଟ୍ରେଲିଆ ସରକାରଙ୍କ ଅନୁମତି ପରେ ସେମାନଙ୍କ ମଧ୍ୟରୁ ୫ ଜଣ ଦଳ ସହ ଫେରି ଯାଇଥିଲେ।

Share