ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

ଭଞ୍ଜନଗର,୧୫।୮(ବାବୁଲା ପ୍ରଧାନ):ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ. କମ୍ବୁପାଣି ସାମନ୍ତ ଏବଂ ଯୁଗ୍ମ ସମ୍ପାଦକ ଗଙ୍ଗାଧର ଦାସ ଯୋଗ ଦେଇଥିଲେ। ୫୧ଜଣ ଶିଶୁ କୃଷ୍ଣ ବେଶ ଧାରଣ କରି ବିଦ୍ୟାଳୟରେ ଉପସ୍ଥିତ ଥିଲେ। କୃଷ୍ଣ ବେଶ ଧାରୀ ଶିଶୁ ମାନଙ୍କୁ ବନ୍ଦାପନା କରାଯାଇ ଦହି ଖୁଆଇ ଦୋଳିରେ ଝୁଲାଇବା ରୀତିନୀତି ସମାପନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସହ ପ୍ରଧାନ ଆଚାର୍ଯ୍ୟ ଉତ୍ତମ କୁମାର ମହାରଣା ପରିଚାଳନା କରିଥିବା ବେଳେ । ରଶ୍ମିତା ପଣ୍ଡା ଗୁରୁମା ସଂଯୋଜନା କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।