ଗଞ୍ଜାମ,୨୬।୯ (ଅଖିଳ ତରାଇ/ବିଦ୍ୟାଧର ସାହୁ):ଓଡ଼ିଶା ପ୍ରଶାସନିକ ସେବା (OPSC) ପରୀକ୍ଷା ୨୦୨୩ର ଫଳାଫଳ ଆଜି ପ୍ରକାଶ କରିଛି। ଏହି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ପ୍ରିୟାଂଶୁ ପାଲ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି।
ସେହିପରି ଗଞ୍ଜାମ ବ୍ଲକର ରାମଗଡ଼ ପଞ୍ଚାୟତର ପ୍ରୟାଗି ଗାଁର ଜନକ କୁମାର ତରାଇ ଓଡ଼ିଶା ପ୍ରଶାସନିକ ସେବା (OPSC) ପରୀକ୍ଷାରେ ୩୨୭ ର଼୍ୟାଙ୍କରଖି କୃତକାର୍ଯ୍ୟ ହୋଇଛନ୍ତି। ଏହି ସଫଳତା ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମର ଫଳ। ଜନକ ପୂର୍ବରୁ ଭାରତୀୟ ନୌସେନାରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ନୌସେନାରୁ ଅବସର ପରେ ସେ ନିଜର ଲକ୍ଷ୍ୟକୁ ହାସଲ କରିବା ପାଇଁ (OPSC) ପରୀକ୍ଷା ପାଇଁ କଠୋର ପରିଶ୍ରମ କରିଥିଲେ। ତାଙ୍କ ଏହି ଅସାଧାରଣ ପ୍ରଦର୍ଶନ ଗଞ୍ଜାମ ଜିଲା ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ । ତାଙ୍କ ବାପାଙ୍କ ନାମ କାମରାଜ ତରାଇ ଏବଂ ମା’ଙ୍କ ନାମ ମାଳତୀ ତରାଇ । ତାଙ୍କୁ ଗ୍ରାମବାସୀ, ପରିବାର ଓ ବନ୍ଧୁବର୍ଗ ଶୁଭେଚ୍ଛା ଜଣାଇଛନ୍ତି। ଜନକଙ୍କ ଏହି ସଫଳତା ଅନ୍ୟ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି। ସେ ଆଗାମୀ ଦିନରେ ପ୍ରଶାସନିକ କ୍ଷେତ୍ରରେ ନିଜର ଦକ୍ଷତା ଓ ନିଷ୍ଠାର ସହ ଦେଶସେବା କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।