Man in prison hands of behind hold Steel cage jail bars. offender criminal locked in jail.
ଫୁଲବାଣୀ ଅଫିସ,୧୨।୫: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସମର ବିଳାସ ବେହେରା ଘଟଣାରେ ସମ୍ପୃକ୍ତ ଜଣେ ପୂର୍ବତନ ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଜଣଙ୍କୁ ୪ବର୍ଷ
ଲେଖାଏଁ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁୁ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦେୟ କଲେ ସେମାନଙ୍କୁ ଅଧିକ ୬ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଖଜୁରୀପଡା ବ୍ଲକ ଘାଟିତଳ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତତ୍ାଳୀନ ପ୍ରଧାନଶିକ୍ଷକ କିଶୋର କୁମାର ଦାସ, ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପୃଥ୍ବୀରାଜ ଲେଙ୍କା ଓ ବିଦ୍ୟାଳୟ କମିଟି ସଭାପତି ସୁବୀନ୍ଦ୍ର କହଁର।
ସୂଚନାଯୋଗ୍ୟ,୨୦୧୪ରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ୯ଲକ୍ଷ ୯୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହି ଅର୍ଥରୁ ୮ଲକ୍ଷ ୯୬ ହଜାର ଟଙ୍କା ଉଠାଯାଇଥିଲା। ହେଲେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲା। ଅଭିଯୁକ୍ତମାନେ କାମ ନ କରି ଏହି ଅର୍ଥ ହଡପ କରିବା ଅଭିଯୋଗ ହୋଇଥିଲା। ଏ ନେଇ ଭିଜିଲାନ୍ସରେ ଅଭିଯୋଗ ହେବା ପରେ ଡିଏସପି ହରେକୃଷ୍ଣ ବେହେରା ତଦନ୍ତ କରିଥିଲେ। ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୩/୧୪ରେ ଏକ ମାମଲା ରୁଜୁ କରା
ଯାଇଥିଲା। ମୋଟ ୨୧ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି.ଭି ରାମଦାସ ମାମଲା ପରିଚାଳନା କରୁଥିଲେ।