ଏକ୍ସ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ, ପ୍ରଶଂସକ କହିଲେ…

ମୁମ୍ବାଇ: ଖୁସି କପୁରଙ୍କ ଜନ୍ମଦିନର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖୁସିଙ୍କ ବ୍ୟତୀତ ଜାହ୍ନବୀ କପୁର, ଆଲିଆ କାଶ୍ୟପ ଏବଂ ଭୂମି ପେଡନେକର ମଧ୍ୟ ଜନ୍ମଦିନ ପାର୍ଟିରେ ଅଂଶଗ୍ରହଣ କରିଥିଲେ। ଏହା ଖୁସିଙ୍କ ୨୧ ତମ ଜନ୍ମଦିନ ଥିଲା। ସେ ଶୁକ୍ରବାର ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏଥିପାଇଁ ଖୁସି ମୁମ୍ବାଇରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ଏହି ଅବସରରେ ଅନେକ ବଲିଉଡ୍‌ ତାରକା ମଧ୍ୟ ଆସିଥିଲେ। ସୁନିଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ।

ଖୁସି ଏକ ସୁନ୍ଦର ଡ୍ରେସ୍‌ ପିନ୍ଧିଥିଲେ, ଯାହା ତାଙ୍କୁ ଖୁବ୍‌ ମାନୁଥିଲା। ଜାହ୍ନବୀ ଏକ ଗୋଲାପୀ ରଙ୍ଗର ଓ୍ବାନ୍‌ ପିସ୍‌ ଡ୍ରେସ ପିନ୍ଧିଥିବା ବେଳେ ଏଥିରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଫଟୋରେ ଜାହ୍ନବୀ ଅକ୍ଷତ ରାଜନଙ୍କ ସହ ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। କାରଣ ଅକ୍ଷତ ହେଉଛନ୍ତି ଜାହ୍ନବୀଙ୍କ ଏକ୍ସ ବୟଫ୍ରେଣ୍ଡ। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଦୁହିଁଙ୍କ ଫଟୋ ଦେଖି ପ୍ରଶଂସକ କହିଛନ୍ତି, ଜାହ୍ନବୀ ଗୋଲାପୀ ଡ୍ରେସ୍‌ରେ ହଟ୍‌ ଲାଗୁଛନ୍ତି। ସେହିପରି ଅନ୍ୟ ୟୁଜରମାନେ ମଧ୍ୟ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।