ଧବଳେଶ୍ୱରଙ୍କ ପୀଠ ଚଳଚଞ୍ଚଳ: ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

କଟକ ଅଫିସ,୧୮।୨: କଟକ ଜିଲା ଆଠଗଡ଼ ବାବା ଧବଳେଶ୍ୱରଙ୍କ ପୀଠରେ ମହାଶିବରାତ୍ରି ଧୁମ୍‌ଧାମ୍‌ରେ ପାଳନ ହେଉଛି। ମନ୍ଦିର ଚଳଚଞ୍ଚଳ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥର ଜାଗରରେ ଝୁଲାପୋଲ କି ଡଙ୍ଗା ଯୋଗେ ନୁହେଁ, ମହାନଦୀ ଭିତରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଯଥାବିଧି ନୀତିକାନ୍ତି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୀଠରେ ବ୍ୟାରିକେଡ୍‌, ସିସିଟିଭି ସମେତ ୮ ଜଣ ମାଜିଷ୍ଟ୍ରେଟ, ୫ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର, ୧୪ଜଣ ସବ୍‌ଇନ୍ସିପେକ୍ଟର, ୧୫ ଏସ୍‌ଆଇ, ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।