ଦର୍ଶକଙ୍କୁ ବିଭୋର କଲା ‘ଜଗା ଖୋଜୁଛି ତା ଭାଗ୍ୟ ଜାତକ’

ଦିଗପହଣ୍ଡି,୧୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମରେ ଶ୍ରୀ ସିଦ୍ଧବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଆୟୋଜିତ ଆଧ୍ୟାତ୍ମିକ ମହୋତ୍ସବ ରେ ହସ କାନ୍ଦଭରା ଶ୍ରେଷ୍ଠ ସାମାଜିକ ନାଟକ ‘ଜଗା ଖୋଜୁଛି ତା ଭାଗ୍ୟ ଜାତକ’ ଅପେରା ମଞ୍ଚସ୍ଥ ହୋଇଯାଇଛି । ଗ୍ରାମର ଶ୍ରୀ ହନୁମାନ ଯୁବକ ସଂଘ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଏନ୍‌ଏସି ନଗରପାଳ ପ୍ରଫୁଲ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଅପେରାକୁ ଉଦଘାଟନ କରିଥିଲେ। ଦିଗପହଣ୍ଡି ନଗର କଂଗ୍ରେସ କମିଟି ସଭାପତି ତଥା କାଉନସିଲର ଦୀପକ କୁମାର ମିଶ୍ର, କଂଗ୍ରେସ ଯୁବନେତା କେ . କୁନା, ସରପଞ୍ଚ ସଂଘ ଗଞ୍ଜାମ ଜିଲା ସଭାପତି ତଥା କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡ , ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ସଭାପତି ତଥା କରପଡା ପଞ୍ଚାୟତ ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ବାମୀ , ଫାସିଗୁଡା ସରପଞ୍ଚ ଗୈାରୀ ବିଷୋୟୀ , ଚଷାନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ , ପୂର୍ବତନ ସରପଞ୍ଚ ପିତାମ୍ବର ଗୈାଡ , ବରିଷ୍ଠ ନାଗରିକ ସିମାଞ୍ଚଳ ମାଦଳା , ଫାସିଗୁଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ସେବା ସମବାୟ ସମିତି ସଭାପତି ଶିବରାମ ପ୍ରଧାନ , ପୂର୍ବତନ ସରପଞ୍ଚ ଦିଲ୍ଲୀପ ସେଠୀ , ଅପେରା ମ୍ୟାନେଜର କୃଷ୍ଣଚନ୍ଦ୍ର ନାୟକ , ଅଧିକାରୀ ରବୀନ୍ଦ୍ର କୁମାର ବିଷୋୟୀ , କୋଷାଧ୍ୟକ୍ଷ ଗୋପାଳ ମଣ୍ଡଳ , ରମେଶ ଚନ୍ଦ୍ର ନାୟକ , ବିଭୂ ସୁନ୍ଦର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ଥିଲେ । ନାଟ୍ୟକାର ବିଜୟ ଦାସଙ୍କ ବଳିଷ୍ଠ ନିର୍ଦ୍ଦେଶନା ରେ ଗ୍ରାମର ଯୁବ କଳାକାର ମାନଙ୍କ ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲା । ଫାସିଗୁଡା ଗ୍ରାମ ଯୁବଗୋଷ୍ଠୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Share