ଜାଡେଜା ଆହତ, ଏସିଆ କପ୍‌ରୁ ଓହରିଲେ

ଦୁବାଇ, ୩ା୯(ପି.ଟି.): ଆଣ୍ଠୁରେ ଆଘାତ ଯୋଗୁ ଟିମ୍‌ ଇଣ୍ଡିଆ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଚଳିତ ଏସିଆ କପ୍‌ର ଅବଶିଷ୍ଟ ଭାଗରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ନିଆ ଯାଇଛି। ଅଗଷ୍ଟ ୨୮ରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟରେ ଜାଡେଜା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ୨୯ ବଲ୍‌ରୁ ୩୫ ରନ ସଂଗ୍ରହ କରିଥିଲେ। ହଂକଂ ବିପକ୍ଷ ମ୍ୟାଚରେ ସେ ବ୍ୟାଟିଂ ସୁଯୋଗ ପାଇ ନ ଥିଲେ ହେଁ ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୧୫ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ତେବେ ସେ ଆସନ୍ତା ଅକ୍ଟୋବର-ନଭେମ୍ବରେ ହେବାକୁଥିବା ଟି୨୦ ବିଶ୍ୱକପ ବେଳକୁ ସୁସ୍ଥ ହୋଇଯାଇଥିବେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା ରଖିଛି। ଏସିଆର କପ୍‌ର ସୁପର-୪ ପର୍ଯ୍ୟାୟରେ ଭାରତ ଏହାର ପ୍ରଥମ ମ୍ୟାଚ ରବିବାର ଖେଳିବ।