Categories: Home Leftଖେଳ

ଧୋନିଙ୍କ ପରେ ଫିଲ୍ମ ଜଗତରେ ଏଣ୍ଟ୍ରି କଲେ ଜାଡେଜା, ଶେୟାର କଲେ ନିଜ ପ୍ରଥମ ଫିଲ୍ମର ପୋଷ୍ଟର

ନୂଆଦିଲ୍ଲୀ,୬।୩: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପରେ ବର୍ତ୍ତମାନ କ୍ରିକେଟର ରବିନ୍ଦ୍ର ଜାଡେଜା ମଧ୍ୟ ଚଳଚ୍ଚିତ୍ର ଜଗତରେ ପାଦ ଦେଇଛନ୍ତି। ରବିନ୍ଦ୍ର ଜାଡେଜା ତାଙ୍କ ସ୍ତ୍ରୀ ରିବାବାଙ୍କ ସହ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏନେଇ ରବିନ୍ଦ୍ର ଜାଡେଜା ନିଜେ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଶେୟାର କରି ଏହି ସୂଚନା ଦେଇଛନ୍ତି। ତେବେ ଜାଡେଜାଙ୍କ ଏହି ଚଳଚ୍ଚିତ୍ରର ନାମ ହେଉଛି ‘ପାଛତର କା ଛୋରା’। ଏହି ଚଳଚ୍ଚିତ୍ରରେ ରଣଦୀପ ହୁଡା,ସଞ୍ଜୟ ମିଶ୍ରା, ନୀନା ଗୁପ୍ତା ଏବଂ ଗୁଲଶାନ ଗ୍ରୋଭରଙ୍କ ଭଳି ବଲିଉଡର ବରିଷ୍ଠ ଅଭିନେତାମାନେ ନଜର ଆସିବେ। ଜାଡେଜା ଏବଂ ତାଙ୍କ ସ୍ତ୍ରୀ ରିବାବା ଏହି ଚଳଚ୍ଚିତ୍ରର କୋ-ପ୍ରଡ୍ୟୁସର। ଏହି ଚଳଚ୍ଚିତ୍ରର ରିଲିଜ ତାରିଖ ଘୋଷଣା ହୋଇନାହିଁ।