ନୂଆଦିଲ୍ଲୀ,୧୨।୪:ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍ ଓ୍ବାଲ୍ଟଜ୍ ଆସନ୍ତା ୨୧ରୁ ୨୪ ମଧ୍ୟରେ ଭାରତ ଆସିପାରନ୍ତି। ଭାନ୍ସଙ୍କ ସହ ତାଙ୍କ ସ୍ତ୍ରୀ ଉଷା ଭାନ୍ସ ମଧ୍ୟ ଆସିବେ। ଏହି ଗସ୍ତ ଅବସରରେ ଭାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିବା ସହ ଜୟପୁର ଏବଂ ଆଗ୍ରା ଗସ୍ତ କରିବେ। ସେକେଣ୍ଡ ଲେଡି ଭାବେ ଉଷା ଭାନ୍ସଙ୍କର ନିଜ ପୈତୃକ ଦେଶକୁ ଏହା ପ୍ରଥମ ଗସ୍ତ ହେବ। ବାଣିଜ୍ୟ ଚୁକ୍ତିନାମାକୁ ନେଇ ଆମେରିକା ସହ ଭାରତର ବୁଝାମଣା ଚାଲିଥିବାବେଳେ ଭାନ୍ସ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି।