Categories: Home Leftଖେଳ

ପୁରୁଣା ଫର୍ମରେ ଧୋନୀ: ସିଏସ୍‌କେ ନେଟ୍ସରେ ଛକା ବର୍ଷା

ମୁମ୍ବାଇ, ୫ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରଥମ ଥର ପାଇଁ ଗତବର୍ଷ ପ୍ଲେଅପ୍‌ରେ ପ୍ରବେଶ କରିପାରି ନ ଥିଲା। କିନ୍ତୁ ଚଳିତ ଥର ଦଳ ଯେମିତି ଭଲ ପ୍ରଦର୍ଶନ କରିବ, ତାହା ନିଶ୍ଚିତ କରିବାକୁ ଚାହୁଁଛନ୍ତି ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସିଏସ୍‌କେ ପକ୍ଷରୁ ନେଟ୍ସ ସେସନର ଏକ ଭିଡିଓ ସୋମବାର ଶେୟାର କରାଯାଇଛି, ଯେଉଁଥିରେ ପୂର୍ବତନ ଭାରତୀୟ ଅଧିନାୟକ ଲଗାଉଛନ୍ତି ଛକା ପରେ ଛକା। ନେଟ୍ସରେ ଚତୁଃ ଦିଗରେ ଧୋନୀ ଛକା ମାରୁଥିବା ଦେଖିବାକୁ ମିଳୁଛି।

ଉଲ୍ଲେଖଯୋଗ୍ୟ, ଭାରତୀୟଙ୍କ ମଧ୍ୟରେ ଆଇପିଏଲରେ ସର୍ବାଧିକ ଛକା ମାରିବାର ରେକର୍ଡ ଧୋନୀଙ୍କ ନାମରେ ରହିଛି। ୨୦୪ ଆଇପିଏଲ ମ୍ୟାଚ୍‌ ଖେଳିଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ୨୧୬ ଛକା ଲଗାଇ ସାରିଛନ୍ତି। ତେବେ କ୍ରିସ ଗେଲ (୩୪୯)ଙ୍କ ନାମରେ ରହିଛି ଆଇପିଏଲରେ ସବୁଠୁ ଅଧିକ ଛକା ଲଗାଇବାର ରେକର୍ଡ।