AHMEDABAD, INDIA - MARCH 05: Rishabh Pant of India hits out during Day Two of the 4th Test Match between India and England at the Narendra Modi Stadium on March 05, 2021 in Ahmedabad, India. (Photo by Surjeet Yadav/Getty Images)
କରାଚୀ,୮।୩ : ଅଷ୍ଟ୍ରେଲିଆ ପରେ ଇଂଲଣ୍ଡ ବିପକ୍ଷ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପ୍ରଶଂସକଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି ଜଣେ କିମ୍ବଦନ୍ତୀ ଖେଳାଳି। ସେ ହେଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜିମାମ ଉଲ ହକ୍। ପନ୍ତଙ୍କୁ ଭାରତର ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ବାମହାତୀ ଭର୍ସନ କହିଛନ୍ତି ଇଞ୍ଜିମାମ।
ପନ୍ତଙ୍କ ବ୍ୟାଟିଂ ଦେଖିଲେ ବାମହାତୀ ସେହ୍ବାଗଙ୍କ ଭଳି ମନେ ହୁଏ। ପୂର୍ବତନ ଭାରତୀୟ ଓପନରଙ୍କ ଉପରେ ଚାପର କୌଣସି ପ୍ରଭାବ ପଡ଼େ ନାହିଁ। ଠିକ୍ ସେଭଳି ପନ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଦୀର୍ଘ ଦିନ ପରେ କ୍ରିକେଟକୁ ଏଭଳି ଖେଳାଳି ମିଳିଛି, ଯାହାଙ୍କ ଉପରେ ଚାପ କୌଣସି ପ୍ରଭାବ ପକାଇ ପାରୁ ନାହିଁ। ୧୪୬ ରନ୍ରେ ୬ ଉଇକେଟ ଗଲା ପରେ ମଧ୍ୟ ସେ ଯେଉଁଭଳି ଖେଳୁଛନ୍ତି, ସେଭଳି କେହି ଖେଳିପାରିବେ ନାହିଁ। ସେ ପିଚ୍କୁ ଖାତିର ନ କରି ନିଜ ଶଟ୍ ଖେଳନ୍ତି। ସେ ଉଭୟ ପେସର ଓ ସ୍ପିନରଙ୍କୁ ଭଲ ଖେଳୁଛନ୍ତି। ତାଙ୍କ ବ୍ୟାଟିଂର ମୁଁ ଆନନ୍ଦ ନିଏ ବୋଲି ଇଞ୍ଜିମାମ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି।
ଉଲ୍ଲେଖଥାଉ କି, ଇଞ୍ଜିମାମ ପାକିସ୍ତାନ ଦଳର ଅଧିନାୟକ ଥିବାବେଳେ ସେହ୍ବାଗ ତାଙ୍କ କ୍ୟାରିୟରର ଶୀର୍ଷରେ ଥିଲେ। ତାଙ୍କ ନେତୃତ୍ୱାଧୀନ ଦଳ ବିପକ୍ଷରେ ସେହ୍ବାଗ ୨୦୦୪ରେ ମୁଲତାନଠାରେ ଖେଳିଥିଲେ ୩୦୯ ରନ୍ର ଇନିଂସ।