ପିଭି ସିନ୍ଧୁଙ୍କ ଦେଶୀ ଅବତାର: ପିନ୍ଧିଥିବା ଶାଢିର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଅଲିମ୍ପିକ ଗେମ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତର ସୁନାମ ଅର୍ଜନ କରିଥିବା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ନିକଟରେ ଏକ ଶାଢି ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଦେଶୀ ଲୁକ୍‌ରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କ ଶାଢି ପିନ୍ଧା ଫଟୋଗୁଡ଼ିକ ବହୁତ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ତାଙ୍କ ଲୁକ୍‌କୁ ବହୁତ ପସନ୍ଦ କରୁଛନ୍ତି। ପ୍ରସିଦ୍ଧ ଫଟୋଗ୍ରାଫର ଅନିଲ କୁମାର ପିଭି ସିନ୍ଧୁଙ୍କର ଏହି ଫଟୋଗୁଡ଼ିକ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ, ସେ ଏକ ଧଳା ରଙ୍ଗର ଶାଢି ପିନ୍ଧିଛନ୍ତି, ଯେଉଁଥିରେ ଗୋଲାପୀ, ନୀଳ ଏବଂ ବାଇଗଣୀ ରଙ୍ଗର ଫୁଲ ପଡିଛି। ଏହି ଶାଢିକୁ ପ୍ରସିଦ୍ଧ ଡିଜାଇନର୍‌ ମନୀଷ ମଲହୋତ୍ରା ଡିଜାଇନ କରିଛନ୍ତି। ପିଭି ସିନ୍ଧୁ ଏହି ଶାଢିରେ ବହୁତ ସୁନ୍ଦର ପୋଜ ଦେଇଛନ୍ତି। ତାଙ୍କ ପୋଜ୍‌ ପ୍ରମାଣିତ କରିଛି ଯେ ସେ କେବଳ ନିଜ ଖେଳରେ ନୁହେଁବରଂ ଫ୍ୟାଶନରେ ମଧ୍ୟ କମ୍‌ ନୁହଁନ୍ତି। ସେ ଏହି ସୁନ୍ଦର ଶାଢି ସହିତ ହୀରା ଅଳଙ୍କାର ମଧ୍ୟ ପିନ୍ଧିଛନ୍ତି, ଯାହା ତାଙ୍କ ସୌର୍ଯ୍ୟକୁ ଆହୁ ପ୍ରସ୍ଫୁଟିତ କରୁଛି। ତେବେ ଏହି ସୁନ୍ଦର ଶାଢିର ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି।