Categories: Home Leftଖେଳ

ଜାଡେଜାଙ୍କ ଜୀବନର ଏହା ଥିଲା ଅନ୍ୟତମ ଦୁଃଖଦ ଦିନ

ନୂଆଦିଲ୍ଳୀ,୧୦।୭: ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ରେ ଭାରତ ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଏହି ବିପର୍ଯ୍ୟୟ ସବୁଠୁ ଦୁଃଖଦ ଥିଲା ବୋଲି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କହିଛନ୍ତି। ଗତବର୍ଷ ଆଜିର ଦିନରେ ଭାରତ ଏହି ମହା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ସାରା ଦେଶ ଦୁଃଖରେ ଭାଙ୍ଗିପଡିଥିଲା। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ୧୮ ରନରେ ପରାସ୍ତ ହୋଇଥିଲା। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୮ ଉଇକେଟ ହରାଇ ୨୩୯ ରନ ସଂଗ୍ରହ କରିଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଭାରତ ୨୨୧ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା। ପାରୁ ପର୍ଯ୍ୟନ୍ତ ପ୍ରୟାସ କରିଥିଲେ ମଧ୍ୟ ଆମେ ବିଜୟ ଲକ୍ଷ୍ୟଠାରୁ ଦୂରରେ ରହିଯାଇଥିଲୁ ଓ ଜୀବନର ଅନ୍ୟତମ ଦୁଃଖଦ ଦିନ ଥିଲା ବୋଲି ଜାଡେଜା ଟୁଇଟ କରି ଉଲ୍ଲେଖ କରିଛନ୍ତି।