ଦରଦାମ୍‌ ବଢ଼ିଛି ଏହା ସତ୍ୟ, ଆମେ ପଳାୟନ କରୁନୁ, କହିଲେ ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ, ୨।୮ : ଦେଶରେ ଦରଦାମ୍‌ ବଢ଼ିଛି। ଏହା ସତ୍ୟ। ଆମେ ଏଥିରୁ ପଳାୟନ କରୁନୁ ବୋଲି ରାଜ୍ୟ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦରଦାମ୍‌ ବୃଦ୍ଧି ବିତର୍କ ସମୟରେ କହିଛନ୍ତି। ଆମର ଦରଦାମ ବୃଦ୍ଧିର ଏକ ବ୍ୟାଣ୍ଡ୍‌ ରହିଥାଏ। ମହଙ୍ଗା ଦର ୭ ପ୍ରତିଶତ ରହିଛି।

ସରକାର ଏବଂ ଆରବିଆଇ ଏହାକୁ ୭ରୁ କମ୍‌ ରଖିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ତେବେ ଦେଶର ମାକ୍ରୋ ଇକୋନୋମିକ୍ସ୍‌ର ମୂଳଦୁଆ ସୁଦୃଢ଼ ରହିଛି।

ଏହା ସହିତ ପ୍ୟାକେଟ ବନ୍ଦ ଖାଦ୍ୟ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଥିବା ସେ କହିଛନ୍ତି। ତେବେ ଦେଶର ଗରିବଙ୍କ ଉପଯୋଗୀ କୌଣସି ସାମଗ୍ରୀ ଉପରେ କୌଣସି ଟିକସ ଲାଗୁ ହୋଇ ନାହିଁ।
ହସ୍ପିଟାଲ ବେଡ୍‌ ଅବା ଆଇସିୟୁ ଚାର୍ଜ ଉପରେ କୌଣସି ଜିଏସ୍‌ଟି ଲାଗୁ ହୋଇ ନଥିବା ସେ କହିଛନ୍ତି।

Share