ପୁଣି ଥରେ କଂଗ୍ରେସ ବ୍ଲକ ସଭାପତି ହେଲେ ଉତ୍ତମ

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କଂଗ୍ରେସ ଦଳର କେନ୍ଦୁଝର ଜିଲା ସଦର ବ୍ଲକ ସଭାପତି ଭାବେ ଉତ୍ତମ କୁମାର ସାହୁଙ୍କ ନାମ ଘୋଷଣା ହୋଇଛି। ତାଙ୍କ ଘର ପଦ୍ମପୁର ଗ୍ରାମରେ ଏବଂ କ୍ରମାଗତ ଭାବେ ତୃତୀୟ ଥର ବ୍ଲକ ସଭାପତି ମନୋନୟନ ହୋଇଛନ୍ତି। ଦୀର୍ଘ ଚାରି ଦଶନ୍ଧି ଧରି ସେ କଂଗ୍ରେସ ଦଳରେ ରହି ଶୃଙ୍ଖଳିତ କର୍ମୀ ଭାବେ କାମ କରି ଆସୁଛନ୍ତି। ସେ ଲୋକଙ୍କ ସହିତ ଅଛନ୍ତି ଏବଂ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ତାଙ୍କ ବାପା ମଧ୍ୟ ଜଣେ ପୁରୁଖା କଂଗ୍ରେସ ନେତା ଭାବେ ବେଶ ଜଣାଶୁଣା ଥିଲେ। ଏଣୁ ତାଙ୍କୁ ସଦର ବ୍ଲକ ସଭାପତି ମନୋନୀତ ହୋଇଥିବାରୁ ଜିଲା ତଥା ରାଜ୍ୟ ବରିଷ୍ଠ ନେତୃବୃନ୍ଦଙ୍କୁ ଧନ୍ୟବାଦ ଦେଇଥିବାବେଳେ ସେ ପୁଣି ବ୍ଲକ ସଭାପତି ମନୋନୀତ ହୋଇଥିବାରୁ ବ୍ଲକ ଅଞ୍ଚଳର ତାଙ୍କର ଶୁଭେଚ୍ଛୁ, ଦଳୀୟ କର୍ମୀମାନେ ଖୁସି ବ୍ୟକ୍ତ କରି ତାଙ୍କୁ ସ୍ବାଗତ କରିଛନ୍ତି।

Dharitri – Odisha’s No.1 Odia Daily