ଅଫିସ୍‌ରେ ଜିନ୍ସ୍‌-ଟି ଶର୍ଟ ପିନ୍ଧିବା ମନା

ସମ୍ଭାଲ,୪।୩: ଉତ୍ତରପ୍ରଦେଶ ସମ୍ଭାଳ ଜିଲାପାଳ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ୍‌ କୋଡ୍‌ ଲାଗୁ କରିଛନ୍ତି। ସରକାରୀ କର୍ମଚାରୀମାନେ ଅଫିସକୁ ଜିନ୍ସ, ଟି-ଶର୍ଟ ପିନ୍ଧି ଆସିବେ ନାହିଁ ବୋଲି ଜିଲାପାଳ ସଞ୍ଜିବ ରଞ୍ଜନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସ୍‌ର ଗାରିମାକୁ ବଜାୟ ରଖିବା ସହିତ ଶିଷ୍ଟାଚାର ଲାଗି କର୍ମଚାରୀମାନେ ଏହି ଅଚାର ସଂହିତାକୁ ପାଳନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଅଫିସ ଆସିବା ସମୟରେ କର୍ମଚାରୀଙ୍କୁ ଇନଫର୍ମାଲ ପୋଷାକ ପିନ୍ଧିବାକୁ ବାରଣ କରାଯାଇଛି। ତେବେ କୌଣସି ନିର୍ଦ୍ଦିଷ୍ଟ ଡ୍ରେସ୍‌ କୋଡ୍‌ର ଆବଶ୍ୟକତା ନାହିଁ, କର୍ମଚାରୀମାନେ ଫର୍ମାଲ୍‌ ପୋଷାକ ପିନ୍ଧି ଅଫିସକୁ ଆସିପାରିବେ ବୋଲି ଜିଲାପାଳ କହିଛନ୍ତି। ଅଫିସରେ ଅଳ୍ପ କେତେକ କର୍ମଚାରୀ ଛାଡ଼ି ଅନ୍ୟମାନେ ଜିନ୍ସ, ଟି-ଶର୍ଟ ପିନ୍ଧୁଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।