ଡାକ୍ତରଖାନାରେ ଥିବାବେଳେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ, ନେଇଗଲେ…

ଧର୍ମଶାଳା ,୨୫।୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଶାନ୍ତିବଜାର ନିକଟରେ ଥିବା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ଘରୁ ଚୋରି ହେଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ବ୍ୟାଙ୍କ ଅବସର ପ୍ରାପ୍ତ ଅଧିକାରୀ ନିତ୍ୟାନନ୍ଦ ସାହୁ ଓ ତାଙ୍କ ପତ୍ନୀ ଏହି ଘରେ ରହୁଥିବା ବେଳେ ୬ଦିନ ହେବ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ମେଡିକାଲରେ ଆଡମିଟ ଅଛନ୍ତି। ଘରେ କେହି ନଥିବାର ଫାଇଦା ନେଇ କେହି ଦୁର୍ବୃତ୍ତ ଘରେ କଳାକନା ବୁଲାଇଥିବା ଅନୁମାନ କରାଯାଇଛି। ଘରେ ଥିବା ସମସ୍ତ ଘରର ଗଡରେଜର ତାଲା ଭଙ୍ଗା ହୋଇଛି । ଆନୁମାନିକ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୨ ଲକ୍ଷ ଟଙ୍କାରୁ ଅଧିକା ଚୋରି ହୋଇଥିବା ତାଙ୍କ ଭାଇ ଧୀର କିଶୋର ସାହୁ କହିଛନ୍ତି । ଧର୍ମଶାଳା ପୋଲିସକୁ ଏକ ଖୋଲା ଚ୍ୟାଲେଞ୍ଜ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ କରୁଛି।

 

Dharitri – The Largest & Most Trusted Odia Daily