New Delhi: (R-L) Indias Sports Pistol aces Rahi Sarnobat, Manu Bhaker and Chinki Yadav, Tokyo Olympics quota winners, struck gold in the Womens 25M Pistol Team event, during the International Shooting Sport Federation (ISSF) Rifle/Pistol/Shotgun World Cup stage, in New Delhi, Thursday, March 25, 2021. (PTI Photo)(PTI03_25_2021_000208B)
ନୂଆଦିଲ୍ଲୀ,୨୬।୩(ପି.ଟି.): ଏଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ଶୁଟିଂ ବିଶ୍ୱକପ୍ରେ ଭାରତୀୟ ମହିଳାମାନେ ଆଉ ଏକ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ଚିଙ୍କି ଯାଦବ, ମନୁ ଭାକର ଓ ରାହି ସର୍ନୋବତଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ଗୁରୁବାର ମହିଳା ୨୫ ମି. ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ଡ. କାନ୍ତି ସିଂ ଶୁଟିଂ ରେଞ୍ଜରେ ଭାରତୀୟ ମହିଳା ଶୁଟରମାନେ ୧୭ ପଏଣ୍ଟ ହାସଲ କରି ପୋଲାଣ୍ଡର ଜୋଆନା ଆଇଓନା ଓ୍ବାରଜୋନୋଓ୍ବସ୍କା, ଜୁଲିଆ ବୋରେକ ଓ ଆଗ୍ନେସ୍କା କୋରିଜୋଙ୍କୁ ପରାସ୍ତ କରି ଶୀର୍ଷ ସ୍ଥାନରେ ରହିଛନ୍ତି। ପୋଲାଣ୍ଡର ଏହି ଦଳ ମାତ୍ର ୭ ପଏଣ୍ଟ ସ୍କୋର କରିଥିଲେ। ବୁଧବାର ଚିଙ୍କି, ଭାକର ଓ ସର୍ନୋବତ ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ସବୁ ପଦକ ହାସଲ କରି କ୍ଲିନ୍ ସୁଇପ୍ କରିଥିଲେ। ଏଥିସହ ଭାରତ ୧୦ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ହାସଲ କରି ମୋଟ ୨୧ ପଦକ ହାସଲ କରିବା ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଗୁରୁବାର ସକାଳେ ଅଞ୍ଜୁମ ମୋଡଗିଲ, ଶ୍ରେୟା ସାକସେନା ଓ ଗାୟତ୍ରୀ ନିତ୍ୟାନନ୍ଦମଙ୍କୁ ନେଇ ଗଠିତ ଭାରତୀୟ ଦଳ ୫୦ମି. ରାଇଫଲ ୩ ପୋଜିଶନ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲା। ଫାଇନାଲ ରାଉଣ୍ଡରେ ଏହି ଭାରତୀୟ ଦଳ ୪୩ ପଏଣ୍ଟ ସ୍କୋର କରିଥିଲା। ତେବେ ପୋଲାଣ୍ଡ ମହିଳା ଦଳ ୪୭ ପଏଣ୍ଟ ସ୍କୋର କରି ସ୍ବର୍ଣ୍ଣ ପଦକ ହାତେଇଥିଲା। ସେହିପରି ଇଣ୍ଡୋନେସିଆର ମହିଳା ଦଳ ଏହି ଇଭେଣ୍ଟରେ ବ୍ରୋଞ୍ଜ୍ ପଦକ ଜିତିଥିଲା।