ଇସ୍ରୋର ଜିସାଟ୍‌-୧ ସାଟେଲାଇଟ୍‌ ମିଶନ ଅସଫଳ,କକ୍ଷ ପଥରେ ହୋଇ ପାରିଲାନି ଅବସ୍ଥାପିତ…

ଶ୍ରୀହରିକୋଟା,୧୨।୮: ସ୍ବାଧୀନତା ଦିବସର ତିନି ଦିନ ପୂର୍ବରୁ ଭାରତ ଅତ୍ୟାଧୁନିକ ଉପଗ୍ରହ ଜିସାଟ୍‌-୧ର ଉତକ୍ଷେପଣ କରିବା ନେଇ ଉତ୍ସାହ ଦେଖାଦେଇଥିଲା। ଏହି ଉପଗ୍ରହ ଦେଶର ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାନ୍ତା। ଏହା ମାଧ୍ୟମରେ ସୀମାରେ ଆକାଶରୁ କଡ଼ା ନଜର ରଖାଯାଇ ପାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଥିଲା। ତେବେ ଏହି ମିଶନ ଅସଫଳ ହୋଇଛି। ଏହା ନିର୍ଦ୍ଦିଷ୍ଟ କକ୍ଷ ପଥରେ ଅବସ୍ଥାପିତ ହୋଇ ପାରିନାହିଁ। ଶେଷ ମୂହୁର୍ତ୍ତରେ କ୍ରାୟୋଜେନିକ ଇଞ୍ଜିନ୍‌ରେ କେତେକ ସମସ୍ୟା ଯୋଗୁ ଆର୍ଥ ଅବଜରବେଶନ୍‌ ସାଟେଲାଇଟ୍‌-୩ (ଇଓଏସ୍‌-୩) ସିଗ୍‌ନାଲ ଦେବା ବନ୍ଦ କରି ଦେଇଛି।

Share