ଶ୍ରୀହରିକୋଟା,୧ା୧୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ରବିବାର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍ ମହକାଶ କେନ୍ଦ୍ରରୁ ସିଏମ୍ଏସ୍-୦୩ ଯୋଗାଯୋଗ ଉପଗ୍ରହକୁ କକ୍ଷପଥକୁ ଛଡ଼ାଯିବ।
ଏହି ସାଟେଲାଇଟ୍ର ଓଜନ ୪,୪୧୦ କିଲୋଗ୍ରାମ ଯାହାକି ଭାରତ ମାଟିରୁ ଉତ୍କ୍ଷେପଣ ହୋଇ ଏକ ଭୂ-ସମକାଳିକ ସ୍ଥାନାନ୍ତର କକ୍ଷ(ଜିଟିଓ)ରେ ଅବସ୍ଥାପିତ ହେବାରେ ସବୁଠୁ ଓଜନଦାର ଉପଗ୍ରହ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ସବୁଠୁ ଶକ୍ତିଶାଳୀ ଏଲ୍ଭିଏମ୍୩-ଏମ୍୫ ରକେଟରେ ଏହି ସାଟେଲାଇଟ୍କୁ ଉତ୍କ୍ଷେପଣ କରାଯିବ। ୪୩.୫ ମଟର ଉଚ୍ଚର ଉକ୍ତ ବାହୁବଳୀ ରକେଟକୁ ସମ୍ପୂର୍ଣ୍ଣ ଆସେବ୍ଲି କରାଯବା ସହ ଏୟାରକ୍ରାଫ୍ଟରେ ସଂଯୋଗ କରାଯାଇଛି। ଲଞ୍ଚ୍ ପୂର୍ବରୁ ଏହାକୁ ଦ୍ୱିତୀୟ ଲଞ୍ଚ୍ ପ୍ୟାଡ୍କୁ ନିଆଯିବ ବୋଲି ବେଙ୍ଗାଲୁରୁସ୍ଥିତ ସ୍ପେସ୍ ଏଜେନ୍ସି କହିଛି।