ମିଶନ ଗଗନାୟନ: ଇସ୍ରୋ-ନୌସେନା କଲେ ହାର୍‌ବର ରିକଭରି ଟେଷ୍ଟ

ବେଙ୍ଗାଲୁରୁ,୨୩।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବଂ ଭାରତୀୟ ନୌସେନା ‘ମିଶନ ଗଗନୟାନ’ ପାଇଁ ବିଶାଖାପାଟନମ ହାର୍‌ବର ଠାରେ ମାନବ ସ୍ପେସ ମିଶନ କ୍ରୁ ମଡ୍ୟୁଲ ରିକଭରି ଏବଂ ଲିଫ୍ଟିଂ ଟେଷ୍ଟକୁ ସଫଳତାର ସହ ଶେଷ କରିଛନ୍ତି। ବିଶାଖାପାଟନମର ସ୍ଥିତ ପୂର୍ବ ନୌସେନା କମାଣ୍ଡରର ଭାରତୀୟ ନୌସେନାର ଏକ ଜାହାଜରେ ଏହି ପରୀକ୍ଷଣ କରାଯାଇଛି।